୪୦ ବର୍ଷରେ ସମ୍ବାଦ । ସ୍ୱନକ୍ଷତ୍ର ଉତ୍ସବରେ ସାମିଲ ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଲେ, ସମ୍ବାଦକୁ ମୁଁ ଭଲପାଏ…..
କନକ ବ୍ୟୁରୋ: ୪୦ ବର୍ଷରେ ପାଦ ଥାପିବ ସମ୍ବାଦ । ଏହି ଅବସରରେ ଆଜି ଓଡିଶାର ସବୁଠୁ ଲୋକପ୍ରିୟ ଖବରକାଗଜ ପାଳନ କରୁଛି ନିଜର ସ୍ୱନକ୍ଷତ୍ର ଉତ୍ସବ । ଭାରତ ସରକାରର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡାମନ୍ତ୍ରୀ ମନ୍ତ୍ରୀ ଅନୁରାଗ ଠାକୁର ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଅଭିଭାଷଣ ରଖିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ରାଷ୍ଟ୍ର ନିର୍ମାଣରେ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ କି ସମ୍ବାଦପତ୍ରକୁ ନିଜର ବ୍ୟକ୍ତିଗତ ସମ୍ପତି ଭାବେ ବ୍ୟବହାର କରିଥାନ୍ତି । ସେହି ଲୋକମାନେ ମହାତ୍ମାଗାନ୍ଧୀଙ୍କ ବିଚାରଧାରାକୁ ଭୁଲିଗଲେଣି । ବାପୁ ସବୁବେଳେ ସାମ୍ବାଦିକତାକୁ ସାମାଜିକ ପରିବର୍ତ୍ତନର ଦିଗରେ ଦେଖୁଥିଲେ । ସାମ୍ବାଦିକତାକୁ ସେବାର ଏକ ମାଧ୍ୟମ ଭଳି ଦେଖୁଥିଲେ । ଗାନ୍ଧୀଜୀ ନିଜେ ବି ଜଣେ ସାମ୍ବାଦିକ ଥିଲେ, ଯାହାଙ୍କ ଲେଖା ଲୋକଙ୍କ ହୃଦୟକୁ ଛୁଉଁଥିଲ।। ତେବେ ବର୍ତ୍ତମାନ ସମୟରେ ମିଛ ଖବର ପ୍ରସାର ଅଧିକ ହେବାରେ ଲାଗିଛି । ଫେକ୍ ନ୍ୟୁଜର ପ୍ରସାର ଯୋଗୁ କେତେ ଯେ କ୍ଷତି ହୁଏ ତାହା କଳ୍ପନା କରିବା ଅସମ୍ଭବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ତେଣୁ ଏହାକୁ ରୋକିବାକୁ ସେ ଆହ୍ୱାନ ଦେଇଛନ୍ତି । ତା ସହିତ ସମ୍ବାଦ ପକ୍ଷରୁ ଆରମ୍ଭ କରାଯାଇଥିବା ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାକୁ ମଧ୍ୟ ପ୍ରଂଶସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ @ianuragthakur । ଜୟ ଜଗନ୍ନାଥ କହି ଆରମ୍ଭ କଲେ ଅଭିଭାଷଣ । କହିଲେ, ୩୯ ବର୍ଷର ସଫଳତାର ଯାତ୍ରା ସହ ଆଗକୁ ବଢିଛି ସମ୍ବାଦ । ଏବେ ସମ୍ବାଦ ଓଡ଼ିଶାର ପ୍ରତିଟି ଘରେ ଏକ ପରିଚିତ ନାଁ । #KanakNews #SambadAt40 #Odisha #୪୦ବର୍ଷରେସମ୍ବାଦ pic.twitter.com/zU5vNJMjtI
— Kanak News (@kanak_news) October 3, 2023
ସେହିପରି ଉତ୍ସବରେ ସାମିଲ ହେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଓଡିଶାର ଘରେ ଘରେ ସମ୍ବାଦର ଜନ୍ମଦିନ କାର୍ଯ୍ୟକ୍ରମକୁ ସମସ୍ତେ ଦେଖନ୍ତି । ଯେଉଁ ବି ପରିସ୍ଥିତି ହେଉ ପରିବର୍ତ୍ତନ ଭଲ କଥା, ସମ୍ବାଦରେ ମଧ୍ୟ ସେହିଭଳି ପରିବର୍ତ୍ତନ ହେଇଛି । ଆଗାମୀ ୨୫ ବର୍ଷ ଆମ ସମସ୍ତଙ୍କ ପାଇଁ ମହତ୍ୱପୂର୍ଣ୍ଣ । ସମ୍ବାଦ ଶତାବ୍ଦୀ ଶତାବ୍ଦୀ ଧରି ରହୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବାଦର ନୂଆ ସମ୍ପାଦକ ତନୟା ପଟ୍ଟନାୟକଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୩୪ ବର୍ଷର ଜଣେ ନୂଆ ପିଢୀର ଓଡିଆ ଆଗାମୀ ଶତାବ୍ଦୀ ଧରି ଏ ଖବରକାଗଜ ପାଇଁ ଦିଗଦର୍ଶନ ଦେବ । ଏହା ଓଡିଆ ଭାବେ ମୋ ପାଇଁ ଆତ୍ମବିଶ୍ୱାସର ବିଷୟ । ହେଲେ ସମ୍ବାଦ ଯେଉଁ ରାଜନୈତିକ ବିଚାର ପ୍ରବାହକୁ ନେଇ ଆରମ୍ଭ ହେଇଥିଲା, ତାକୁ ନେଇ ମୁଁ ମୂଳରୁ ସହମତ ନଥିଲି । କିନ୍ତୁ ଗଣତନ୍ତ୍ରରେ ମତ ପାର୍ଥକ୍ୟ ଥାଇପାରେ, ଆଲୋଚନା ସମାଲୋଚନା ହେଇପାରେ । କିନ୍ତୁ ବିଚାର ପାର୍ଥକ୍ୟକୁ ଆମେ ସମ୍ମାନ କରି ଶିଖିବା ଦରକାର ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।