ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହ ସମୀକ୍ଷା

Advertisment
ନୂଆ ଜାତୀୟ ଶିକ୍ଷା ନୀତିର ଅଗ୍ରଗତି ନେଇ ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହ ସମୀକ୍ଷା

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସ୍ୱୟଂଶାସିତ ସଂସ୍ଥା ମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହାସହ ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦(ଏନଇପି) କାର୍ଯ୍ୟକାରୀର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡା. ସୁବାଷ ସରକାର, ଅନ୍ନପୂର୍ଣ୍ଣା ଦେବୀ, ରାଜକୁମାର ରଞ୍ଜନ ସିଂହଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଏବଂ ସ୍ୱୟଂଶାସିତ ସଂସ୍ଥା ଗୁଡ଼ିକ ସହ ସାକ୍ଷାତ୍ ଆଲୋଚନା ହେଲା ।

ଏହି ଅବସରରେ ନୂଆ ଶିକ୍ଷା ନୀତିର କାର୍ଯ୍ୟକାରୀ ସହ ଦେଶରେ ଥିବା ୩୦ କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜଳ କରିବା ପାଇଁ କଣ ପଦକ୍ଷେପ ନିଆଯିବା ତାହା ଉପରେ ଆଲୋକପାତ କରାଯାଇଛି । ଏହାବ୍ୟତିତ ନୂଆ ଶିକ୍ଷା ନୀତିର ଲକ୍ଷ୍ୟକୁ ନିର୍ଦ୍ଧାରିତ ସମୟରେ ପୂରଣ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe