କନକ ବ୍ୟୁରୋ: ବିଜେଡିର ଫୋକସରେ ମହିଳା । ମା ଆଗେଇଲେ ଦେଶ ଆଗେଇବ । ମାମାନେ ହିଁ ସମାଜ ଚକର ଅଖ । ସେମାନଙ୍କ ବିନା ବିକାଶର ରଥ ଆଗେଇବ ନାହିଁ । ମହିଳା ସଂରକ୍ଷଣର ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିଷ୍ଠା ଦିବସରେ ଏଭଳି କିଛି କହିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୯ ସାଧାରଣ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଇ ଆଂଚଳିକ ଦଳ ଇତିହାସ ସୃଷ୍ଟି କରିଛି ବିଜେଡି । ଏହି ଅଭିଜାନ ଜାରି ରହିଛି । ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ କ୍ଷେତ୍ରରେ ମହିଳାମାନଙ୍କର ସମାନ ଅଧିକାର ମିଳିବା ପର୍ଯ୍ୟନ୍ତ ଏବଂ ତାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ବିଜେଡି ଲଢ଼େଇ ଜାରି ରଖିବ ବୋଲି ଦଳର ପ୍ରତିଷ୍ଠା ଦିବସରେ ନବୀନ କହିଛନ୍ତି ।
ସେପଟେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଜାତୀୟ ଦଳକୁ ଟାର୍ଗେଟ କରିଥିବା ବେଳେ, ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି କି, ମହିଳା ସଂରକ୍ଷଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଜାତୀୟ ଦଳକୁ ଟାର୍ଗେଟ କରିଥିବାବେଳେ, ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାର ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । କରୋନାବେଳେ ଓଡିଶାରେ ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇଛନ୍ତି । ମହିଳାମାନଙ୍କୁ ଉଜ୍ୱଳା ଯୋଜନାରେ ମାଗଣାରେ ୩ଟି ଲେଖାଏଁ ସିଲିଣ୍ଡର ଦେଇଛନ୍ତି । ବିଧବା ମହିଳାମାନଙ୍କୁ ଭତା ଦେଇଛନ୍ତି । ମହିଳାଙ୍କୁ କିଏ ଅବହେଳା କରିଛି, ରାଜ୍ୟବାସୀ ଠିକ୍ ଜାଣିଛନ୍ତି ବୋଲି କହିଛନ୍ତି ।
Follow Us