ବିଜେଡି-ବିଜେପି ମହିଳା କାର୍ଡ ! ବିଜେଡି ପ୍ରତିଷ୍ଠା ଦିବସରେ ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ଜାତୀୟ ଦଳଙ୍କୁ ନବୀନଙ୍କ ଟାର୍ଗେଟ, କଡ଼ା ଜବାବ ରଖିଲେ ଧର୍ମେନ୍ଦ୍ର

95

କନକ ବ୍ୟୁରୋ: ବିଜେଡିର ଫୋକସରେ ମହିଳା । ମା ଆଗେଇଲେ ଦେଶ ଆଗେଇବ । ମାମାନେ ହିଁ ସମାଜ ଚକର ଅଖ । ସେମାନଙ୍କ ବିନା ବିକାଶର ରଥ ଆଗେଇବ ନାହିଁ । ମହିଳା ସଂରକ୍ଷଣର ପ୍ରସଙ୍ଗ ଉଠାଇ ବିଜେଡି ପ୍ରତିଷ୍ଠା ଦିବସରେ ଏଭଳି କିଛି କହିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ୨୦୧୯ ସାଧାରଣ ନିର୍ବାଚନରେ ମହିଳା ପ୍ରାର୍ଥୀଙ୍କୁ ପ୍ରାଥମିକତା ଦେଇ ଆଂଚଳିକ ଦଳ ଇତିହାସ ସୃଷ୍ଟି କରିଛି ବିଜେଡି । ଏହି ଅଭିଜାନ ଜାରି ରହିଛି । ଏବଂ ଆଗକୁ ମଧ୍ୟ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସବୁ କ୍ଷେତ୍ରରେ ମହିଳାମାନଙ୍କର ସମାନ ଅଧିକାର ମିଳିବା ପର୍ଯ୍ୟନ୍ତ ଏବଂ ତାଙ୍କୁ ହକ୍ ମିଳିବା ପର୍ଯ୍ୟନ୍ତ ବିଜେଡି ଲଢ଼େଇ ଜାରି ରଖିବ ବୋଲି ଦଳର ପ୍ରତିଷ୍ଠା ଦିବସରେ ନବୀନ କହିଛନ୍ତି ।

ମହିଳା ସଂରକ୍ଷଣ ପ୍ରସଙ୍ଗରେ ଜାତୀୟ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି ନବୀନ । କହିଛନ୍ତି, ନିର୍ବାଚନ ଆସିଲେ ବଡ ବଡ କଥା କୁହନ୍ତି ଜାତୀୟ ଦଳ । କିନ୍ତୁ ନିର୍ବାଚନ ସରିଗଲେ, ସବୁ ପ୍ରତିଶ୍ରୁତି ଭୁଲି ଯାଆନ୍ତି । ମହିଳା ସଂରକ୍ଷଣକୁ ଏକ ଆନ୍ଦୋଳନର ରୂପ ଦେବା ପାଇଁ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ମହିଳା ସଶକ୍ତ ହେଲେ, ଦେଶ ସଶକ୍ତ ହେବ ବୋଲି ନବୀନ କହିବା ସହ ଏହି କ୍ରମରେ ବିଜୁ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନକୁ ଉଦାହରଣ ଭାବେ ରଖିଛନ୍ତି ।

ସେପଟେ ମହିଳା ସଂରକ୍ଷଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଜାତୀୟ ଦଳକୁ ଟାର୍ଗେଟ କରିଥିବା ବେଳେ, ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର କହିଛନ୍ତି କି, ମହିଳା ସଂରକ୍ଷଣ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଜାତୀୟ ଦଳକୁ ଟାର୍ଗେଟ କରିଥିବାବେଳେ, ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାର ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । କରୋନାବେଳେ ଓଡିଶାରେ ଚାଷୀଙ୍କ ଖାତାକୁ ସିଧାସଳଖ ଟଙ୍କା ପଠାଇଛନ୍ତି । ମହିଳାମାନଙ୍କୁ ଉଜ୍ୱଳା ଯୋଜନାରେ ମାଗଣାରେ ୩ଟି ଲେଖାଏଁ ସିଲିଣ୍ଡର ଦେଇଛନ୍ତି । ବିଧବା ମହିଳାମାନଙ୍କୁ ଭତା ଦେଇଛନ୍ତି । ମହିଳାଙ୍କୁ କିଏ ଅବହେଳା କରିଛି, ରାଜ୍ୟବାସୀ ଠିକ୍ ଜାଣିଛନ୍ତି ବୋଲି କହିଛନ୍ତି ।