କନକ ବ୍ୟୁରୋ: ରେଳ ବଜେଟକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରେଳ ବଜେଟରେ ଓଡିଶାକୁ ଏଥର ୬୯୯୫ କୋଟି ୫୮ ଲକ୍ଷ ଟଙ୍କା ମିଳିଛି । ଯାହାକି ଗତବର୍ଷ ତୁଳନାରେ ୨୬ ପ୍ରତିଶତ ଅଧିକ ଅନୁଦାନ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଏଥିସହ ଚଳିତ ବଜେଟରେ ଅଧୁରା କାମ ସାରିବାକୁ ଗୁରୁତ୍ୱ ଦିଆଯାଇଛି । ରେଳଲାଇନର ଆଧୁନିକୀକରଣ ଓ ସୁରକ୍ଷା ଏବଂ ଓଡିଶାରେ ଚାଲିଥିବା କାମକୁ ତୁରନ୍ତ ସାରିବାକୁ ଗୁରୁତ୍ୱ ଦିଆଯାଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ନୂଆ ରେଳ ଲାଇନ୍ ପାଇଁ ୧୫୫୩ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ତା ସହ ବିଦ୍ୟୁତକରଣ ପାଇଁ ୧୬୭୩ କୋଟି ଏବଂ ସେତୁ ନିର୍ମାଣ ପାଇଁ ୩୮.୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଗୁରୁବାର ସୂଚନା ଦେଇଛନ୍ତି ।
ଏଥର ବଜେଟରେ ରେଳ ପ୍ରକଳ୍ପଗୁଡିକ ପାଇଁ ରାଜ୍ୟ ସରକାର ୭୨୦୦ କୋଟି ଦାବି କରିଥିଲେ । ହେଲେ କେନ୍ଦ୍ର ସରକାର ଓଡିଶାକୁ ୫୫୨୮ କୋଟି ଟଙ୍କା ଦେଇଛନ୍ତି । ଯାହାକି ପୂର୍ବବର୍ଷ ଠାରୁ ୨୬ ପ୍ରତିଶତ ଅଧିକ । ଗତ ଥର ରେଳ ବଜେଟରେ ଓଡିଶାକୁ ୫୭୫୯ କୋଟି ଟଙ୍କା ଦିଆଯାଇଥିଲା । ଚଳିତ ବର୍ଷ କିନ୍ତୁ ଏହା ବୃଦ୍ଧି ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/8-6.jpg)