ତୈଳଦର ବୃଦ୍ଧି ନେଇ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ । ଅନ୍ତରାଷ୍ଟ୍ରୀୟ ବଜାରକୁ କଲେ ଦାୟୀ । କହିଲେ, ଭାଟ୍ କମ କରନ୍ତୁ ରାଜ୍ୟ ସରକାର

37

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ କେନ୍ଦ୍ର ମନ୍ତ୍ରୀ ର୍ଧେମନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି । ଅନ୍ତରାଷ୍ଟ୍ରୀୟ ବଜାର ଯୋଗୁଁ ତୈଳ ଦର ବୃଦ୍ଧି ହେଉଛି । ଅନ୍ୟ ରାଜ୍ୟ ଭାଟ କମ କଲେଣି, ଓଡିଶା ସରକାର ଭାଟ କମାନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଅକ୍ଟୋବରରେ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇଛନ୍ତି । ପୂର୍ବରୁ ୩ ହାଜର କୋଟି ଏବେ ୭ ହଜାର କୋଟି ରାଜସ୍ୱ ପାଇଲେଣି ରାଜ୍ୟ ସରକାର । ଭାଟ କମାଇବା ରାଜ୍ୟର ବଡ ଦାୟିତ୍ୱ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଏବେ ରେକର୍ଡ ସ୍ତରରେ ପହଚିଂଛି ।ନବରଙ୍ଗପୁରରେ ପେଟ୍ରୋଲ ଦର ୮୪ ଟଙ୍କା ୧୬ ପଇସାରେ ପହଚିଂଥିବା ବେଳେ ଡିଜେଲ ଦର ୮୨ ଟଙ୍କା ୫୨ ପଇସାରେ ପହଚିଂଛି । ଜୟପୁରରେ ପେଟ୍ରୋଲ ଲିଟର ୮୩ ଟଙ୍କା ୯୨ ପଇସା ଓ ଡିଜେଲ ୮୨ ଟଙ୍କା ୨୮ ପଇସା ରହିଛି । ସେହିପରି ପୁରୀରେ ପେଟ୍ରୋଲ ଦର ୮୦ ଟଙ୍କା ୯୨ ପଇସା ଥିବା ବେଳେ ଢିଜେଲ ୭୯ ଟଙ୍କା ୩୨ ପଇସାରେ ପହଚିଂଛି । ସେପଟେ କେନ୍ଦ୍ର କାହିଁକି ଏକ୍ସାଇଜ୍ ଡ୍ୟୁଟି କମାଉନାହିଁ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।

 

ସେପଟେ ଦାମଙ୍କୁ ବିଜେଡିରୁ ବହିଷ୍କାର ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍୍ରଧାନ । ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି, ଯେଉଁମାନଙ୍କୁ ନବୀନ ଦିନେ ଦଳରୁ ବାହାର କରିଥିଲେ , ସେହିମାନେ ଏବେ ତାଙ୍କର ପ୍ରମୁଖ ସହଯୋଗୀ ପାଲଟିଛନ୍ତି । ଦୁର୍ନୀତି ନେଇ ନବୀନ କେବେ ବି ସିରିୟସ ନ ଥିଲେ । ଦୁର୍ନୀତିଗ୍ରସ୍ତକୁ ପ୍ରୋତ୍ସାହିତ କରିବାରେ ନବୀନ ମୁଖ୍ୟ ନାୟକ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Pratap-Keshari-Deb

ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିରୋଧୀ ମାନେ ବି ସୁବିଧା ଦେଖି ଦାମଙ୍କ ଭଳି ସ୍ୱର ବଦଳାଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ ।