କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନକୁ ନେଇ ତେଜିଲା ରାଜନୀତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ପ୍ରସଙ୍ଗରେ ଆଉ ପାଦେ ଆଗେଇ ଯାଇ ଦମ୍ଭୋକ୍ତି ଦେଖାଇଛନ୍ତି । ଏବଂ ବିଜେପୁର ଉପନିର୍ବାଚନରେ ବିଜେପି ବିଜୟୀ ହେବ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଲୋକମାନେ ବିଜେଡିକୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଏବଂ ବିଜେଡି ବିରୋଧରେ ଜନ ଅସନ୍ତୋଷ ବଢ଼ୁଛି । ପଂଚାୟତ ନିର୍ବାଚନରୁ ବିଜେପିର ବିଜୟର ଧାରା ଆରମ୍ଭ ହୋଇଛି । ତେଣୁ ଆଗାମୀ ବିଜେପୁର ଉପନିର୍ବାଚନରେ ବିଜେପି ବିଜୟୀ ହେବ ।
ବିଜେପୁରର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ସୁବଳଙ୍କ ପରିବାର ବିଜେଡିରେ ଯୋଗ ଦେଇଛନ୍ତି । ଏବଂ ସୁବଳଙ୍କ ପତ୍ନୀ ରୀତା ସାହୁ ବିଜେଡିରୁ ପାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବିଜେପିୁର କିଛି ବିଜେଡି କର୍ମୀ ରୀତାଙ୍କୁ ଖୋଲାଖୋଲି ବିରୋଧ କରିଛନ୍ତି । ସେପଟେ ଗତ ନିର୍ବାଚନରେ ବିଜେପି ଏଠି ତୃତୀୟ ସ୍ଥାନରେ ରହିଥିଲା । କିନ୍ତୁ ପଂଚାୟତ ନିର୍ବାଚନରେ ବରଗଡରେ ବିଜେପିର ଭୋଟ ପରିମାଣ ବଢ଼ିଥିଲା । ତେଣୁ ବିଜେପୁର ଦଖଲ କରିବା ପାଇଁ ଆଶା ବାନ୍ଧିଛନ୍ତି ଧର୍ମେନ୍ଦ୍ର ।
ଅନ୍ୟପଟେ କୁହାଯାଉଛି ବିଜେଡିରେ ସୁବଳଙ୍କ ପରିବାରର ମିଶ୍ରଣ ସହ ବିଜେପୁରରେ କଂଗ୍ରେସ ସମ୍ପୂର୍ଣ୍ଣ ମୂୂଳପୋଛ ହୋଇଯାଇଛି । ତଣୁ ଏହି ଆସନ ଉପନିର୍ବାଚନ ଉଭୟ ବିଜେପି ଓ ବିଜେଡି ମୁହାଁମୁହିଁ ହେବେ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/dharmendra-.jpg)