କନକ ବ୍ୟୁରୋ: ଆବଶ୍ୟକ ପଡିଲେ ଏୟାର ଓଡିଶା ଲାଇସେନ୍ସ ବାତିଲ ହେବ । ଆଜି ଏହା କହିଛନ୍ତି କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି ଏୟାର ଓଡିଶା ଏକ ଖରାପ କମ୍ପାନୀ । ଝାରୁସୁଗୁଡା ବିମାନବନ୍ଦର ପାଇଁ ଆଉଥରେ ଟେଣ୍ଡର ହେବ । ସ୍ୱାଇସ ଜେଟ୍ ବିମାନ କର୍ତୃପକ୍ଷଙ୍କ ସହ କଥାବାର୍ତା ଚାଲଛି । ଭୁବନେଶ୍ୱରରୁ ଝାରୁସୁଗୁଡା ଓ ଝାରୁସୁଗୁଡାରୁ ବାହାର ରାଜ୍ୟକୁ କିପରି ବିମାନ ଚଳାଚଳ ହୋଇପାରିବ ସେ ଦିଗରେ ପଦକ୍ଷେପ ନିଆଯାଉଛି । ସେପେଟମ୍ବର ୨୨ରେ ଝାରୁସୁଗୁଡା ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହାପରେ ବିଭିନ୍ନ କାରଣରୁ ଏହି ବିମାନବନ୍ଦରରୁ ବିମାନସେବା ବାଧାପ୍ରାପ୍ତ ହୋଇଛି । ଗତ ଅକ୍ଟୋବର ୬ ତାରିଖରୁ ଏଠାରୁ ଏୟାର ଓଡିଶା ବିମାନ ଉଡାଣ କରି ନାହିଁ ।
ଅନ୍ୟପଟେ, ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଗତ ଅକ୍ଟୋବର ୬ ତାରିଖରୁ ଏଠାରୁ ଏୟାର ଓଡିଶା ବିମାନ ଉଡାଣ କରି ନାହିଁ । ଏହା ପଶ୍ଚିମ ଓଡିଶାବାସୀଙ୍କ ଭାବନାକୁ ଆଘାତ ଦେଇଛି ବୋଲି ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଡାଣ ସମେତ ବାଣିଜ୍ୟିକ ବିମାନ ଉଡାଇବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।
ଏପରିକି ଭୁବନେଶ୍ୱର- ନୂଆଦିଲ୍ଲୀ ବିମାନ ଝାରସୁଗୁଡା ଦେଇ ଉଡିବା ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ଝାରସୁଗୁଡ଼ା ବିମାନ ବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁରେ ହେବା ପାଇଁ ନିଷ୍ପତି ହୋଇଥିଲେ ମଧ୍ୟ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ତେଣୁ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/10/AIR-ASIA_00000.jpg)
/kanak/media/post_attachments/wp-content/uploads/2018/10/2345678-2-750x430-1-300x172.jpg)