କନକ ବ୍ୟୁରୋ: ଜଗତସିଂହପୁରର ସିଲୁ ସାରଙ୍କୁ ସାଧୁବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯୁବକମାନଙ୍କୁ ସେ ସେନାରେ ଭର୍ତ୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବାରୁ କେନ୍ଦ୍ରମନ୍ତ୍ରୀ ତାଙ୍କୁ ପ୍ରଂଶସା କରିବା ସହିତ ସାଧୁବାଦ ଜଣାଇଛନ୍ତି । ରବିବାର ନିଜ ମନ୍ କି ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଓଡିଆ ଯୁବକ ସିଲୁ ସାରଙ୍କ କଥା ଉଲ୍ଲେଖ କରିଥିଲେ । ଯାହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଦଳର କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ବସି ଶୁଣିଥିଲେ । ଏହାପରେ ନିଜେ କେନ୍ଦ୍ରମନ୍ତ୍ରୀ ମଧ୍ୟ ସିଲୁ ନାୟକଙ୍କ ଏଭଳି ମହତ କାମକୁ ଉଚ୍ଚ ପ୍ରଂଶସା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆଜି ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବକ ମାନଙ୍କୁ ସେନାରେ ଭର୍ତ୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକ ବା ନାୟକ ସାରଙ୍କ କାମକୁ ପ୍ରଶଂସା କରି ପୁଣି ଥରେ ଆମ ଓଡ଼ିଆ ଲୋକଙ୍କ ପାଖରେ ଥିବା ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ ପ୍ରତିପାଦିତ କରିଛନ୍ତି । ପୋଲିସ ଚାକିରି କରିବା ପାଇଁ ଅନେକ ଉଦ୍ୟମ ସତ୍ତ୍ୱେ ବିଫଳ ହେବା ପରେ ନାୟକ ସାର୍ ମହାଗୁରୁ ବାଟାଲିୟନରେ ୩୦୦ରୁ ଅଧିକ ଯୁବକଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି । ସେନାରେ ଭର୍ତ୍ତି କରିବା ପାଇଁ ତାଙ୍କର ଇଚ୍ଛାଶକ୍ତି କେବଳ ଯୁବ ସମାଜକୁ ପ୍ରେରଣା ଦେବ ନାହିଁ ବରଂ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଯୁବକଙ୍କ ମନୋବଳକୁ ମଧ୍ୟ ବଢ଼ାଇବ ।
ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ‘ମନ୍ କି ବାତ୍’ରେ ଓଡ଼ିଶାର ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକଙ୍କୁ ସେନାରେ ସାମିଲ ନେଇ ଯୁବକଙ୍କୁ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଶଂସା କରିଛନ୍ତି । ସିଲୁ ସାରଙ୍କ ଠାରୁ ଟ୍ରେନିଂ ନେଇ ଅନେକ ଯୁବକ ସେନାରେ ଭର୍ତ୍ତି ହୋଇଛନ୍ତି ଏବଂ ନାୟକ ସାର୍ ସାରା ଦେଶ ପାଇଁ ନାୟକ ସୃଷ୍ଟି କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନରେ କହିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/37-11.jpg)