ବିଜେପିର ବିଜୟ ପରେ ଦିଲ୍ଲୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ବିଜୟର ଶ୍ରେୟ ଓଡ଼ିଶାବାସୀଙ୍କର, ଖୁବଶୀଘ୍ର ସରକାର ଗଢିବୁ ।

371

କନକ ବ୍ୟୁରୋ : ଓଡିଶାରେ ବିପୁଳ ବିଜୟ ପରେ ଦିଲ୍ଲୀ ଗସ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀରେ ପହଁଚିବା ପରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଓଡିଶାବାସୀ ଆମ ଉପରେ କୃପା କରିଛନ୍ତି । ୨୧ଟି ଲୋକସଭା ଆସନ ଭିତରୁ ୨୦ଟି ଆସନରେ ବିଜୟୀ ହୋଇଛି ଭାରତୀୟ ଜନତା ପାର୍ଟି । ଏହି ବିଜୟ ଶ୍ରେୟ କେବଳ ଓଡିଶାବାସୀଙ୍କୁ ମିଳିବ । ରାଜ୍ୟରେ ସ୍ପଷ୍ଟ ବହୁମତ ମିଳିଥିବା ବେଳେ, ବିଜେପି ସରକାର ଗଢିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଓଡ଼ିଶା ଲୋକଙ୍କର ଭରସା ରହିଥିଲା । ଓଡ଼ିଶାରେ ବିଜେପିକୁ ଥରେ ସୁଯୋଗ ଦେବାକୁ ମୋଦୀ ଅପିଲ କରିଥିଲେ । ଯାହାକୁ ବିଶ୍ୱାସ କରି ବିଜେପିକୁ ଭରସିଛନ୍ତି ଓଡ଼ିଶାବାସୀ ।