କନକ ବ୍ୟୁରୋ : କବିତା ମାଧ୍ୟମରେ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡ଼ିଆରୁ ସାକ୍ୟସିଂହ ମହାପାତ୍ରଙ୍କ ଏକ କବିତା ପଢ଼ି ତାଙ୍କ କବିତାକୁ ଟୁଇଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କବିତା ମାଧ୍ୟମରେ ଓଡ଼ିଶାର ଶାସନ ଓ ସାମାଜିକ ବ୍ୟବସ୍ଥା ଉପରେ ନିଜର ଉଦବେଗ ଓ ଅଭିବ୍ୟକ୍ତିକୁ ପ୍ରକାଶ କରିଛନ୍ତି ସାକ୍ୟସିଂହ ।

Advertisment

ତାଙ୍କ କବିତା ପଢ଼ିବା ପରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ୧୯୦୮ ମସିହାର ପ୍ରବନ୍ଧ କଥା ମନେପକାଇଛନ୍ତି କେନ୍ଦ୍ରମନ୍ତ୍ରୀ । ରାଜ୍ୟର ଯୁବବର୍ଗ ଓ ଉଦ୍ୟମୀଙ୍କ ମନରେ ଏଭଳି ଆନ୍ଦୋଳିତ ହେଉଥିବା ପ୍ରଶ୍ନ ତାଙ୍କୁ ଚିନ୍ତିତ କରିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।