କନକ ବ୍ୟୁରୋ : ୨ ଦିନ ସ୍ଥିର ରହିବା ପରେ ପୁଣି ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦର । କାଲିମେଳାରେ ଆଜି ପେଟ୍ରୋଲ ଦର ସର୍ବାଧିକ ୯୭ ଟଙ୍କା ୧୪ ପଇସା ଓ ଡିଜେଲ ୯୩ ଟଙ୍କା ୮୬ ପଇସାରେ ପହଂଚିଛି । ତେଲ ଦର ବୃଦ୍ଧିକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସେ କହିଛନ୍ତି, ଟିକସ ପଇସାରେ ବିକାଶ କାମ କରାଯାଉଛି । କରୋନା କାଳରେ ପେଟ୍ରୋଲ-ଡିଜେଲ ଉପରୁ ଆଦାୟ ହୋଇଥିବା କେନ୍ଦ୍ରିୟ ଟିକସରେ କରୋନା ଟିକା ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେହିଭଳି କେବଳ ସ୍ୱାସ୍ଥ୍ୟ ବାବଦ ଖର୍ଚ୍ଚକୁ ଚଳିତ ବଜେଟ୍ ୧୩୭ ପ୍ରତିଶତ କରାଯାଇଛି । ଗତ ଥର ଅପେକ୍ଷା ବଜେଟରେ ଖର୍ଚ୍ଚ ପରିମାଣ ୩୨ ପ୍ରତିଶତ ରହିଥିବାରୁ ଟିକସ ଅର୍ଥରେ ଏହି ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/02/33-19.jpg)