ମମିତାଙ୍କ ହତ୍ୟା ଘଟଣା ସମ୍ବେଦନଶୀଳ, ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ମୁଖ୍ୟମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment
ମମିତାଙ୍କ ହତ୍ୟା ଘଟଣା ସମ୍ବେଦନଶୀଳ, ତୁରନ୍ତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ମୁଖ୍ୟମନ୍ତ୍ରୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ମମିତା ହତ୍ୟାକାଣ୍ଡ ଘଟଣାକୁ ନେଇ ପୂରା ରାଜ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଏନେଇ ସରକାରଙ୍କୁ ଟାର୍ଗେଟ କରିବା ସହ ରାସ୍ତାକୁ ଓହ୍ଲାଇଛନ୍ତି । ବିଜେପି କଳାହାଣ୍ଡି ବନ୍ଦ ଡାକରା ଦେଇଥିବା ବେଳେ କଂଗ୍ରେସ ଜୋରଦାର ବିରୋଧ ପ୍ରଦର୍ଶନ କରିଛି । ଆଉ ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମମିତା ହତ୍ୟାକାଣ୍ଡକୁ ନେଇ ବଡ ବୟାନ ରଖିଛନ୍ତି ।

ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଭଳି ଉପାନ୍ତ ଅଞ୍ଚଳରେ ସ୍କୁଲର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ବଲାଙ୍ଗିର ଝିଅର ଷଡ଼ଯନ୍ତ୍ରପୂର୍ଣ୍ଣ ହତ୍ୟା ଖବର ଶୁଣି ମୁଁ ଚିନ୍ତିତ ଓ ବ୍ୟଥିତ । ଏହି ସ୍କୁଲର ମାଲିକ ଏହି ନିର୍ମମ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ବୋଲି ଜଣାପଡ଼ିଛି । ପୀଡ଼ିତାଙ୍କ ପରିବାର ତରଫରୁ ତାଙ୍କ ବିରୁଦ୍ଧରେ ଯେଉଁ ସବୁ ସଙ୍ଗୀନ ଅଭିଯୋଗ  ଅଣାଯାଉଛି, ଏହା ଆହୁରି କଷ୍ଟଦାୟକ । ଏହି ବେସରକାରୀ ଶିକ୍ଷାନୁଷ୍ଠାନ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତାରେ ଚାଲୁଛି ଏବଂ ଓଡ଼ିଶାର ଶାସକ ଦଳର ମନ୍ତ୍ରୀ ଓ ନେତା ମାନଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିବା ଗଣମାଧ୍ୟମରେ ପ୍ରକାଶ ପାଉଛି । ଏହା ସବୁ ତଥ୍ୟ ସତ୍ୟ ହୋଇଥିଲେ ସାଂଘାତିକ । ଓଡ଼ିଶା ଭଳି ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଅତ୍ୟାଚାର କ୍ରମାଗତ ଭାବେ ବୃଦ୍ଧି ପାଇବା ଉଦବେଗଜନକ । ଏହା ଏକ ସାଧାରଣ ଅପରାଧ ନୁହେଁ। ମୁଖ୍ୟମନ୍ତ୍ରୀ ଏହି ସମ୍ବେଦନଶୀଳ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଆଇନ ଅନୁସାରେ ଘଟଣାରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ବୟାନ ଆସିବା କେଉଁଠି ନା କେଉଁଠି ଏହା ସୂଚାଉଛି ଯେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଏତେ ସହଜରେ ଛାଡିବ ନାହିଁ । ମମିତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିପାରେ ବିଜେପି । ଏହାସହ ଏହି ଟ୍ୱିଟ୍ ମାଧ୍ୟମରେ ଧର୍ମେନ୍ଦ୍ର ସଂକେତ ଦେଇଛନ୍ତି ଯେ ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ଲଗାତାର ବଢି ଚାଲୁଛି । ତେଣୁ ସରକାର ଏହା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ଏହାପୂର୍ବରୁ ମମିତା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଗୋବିନ୍ଦ ସାହୁଙ୍କ ଘନିଷ୍ଠ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି । ତେଣୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe