ପ୍ରତାପଙ୍କ ପଥେ…ପଥେ…ଧର୍ମେନ୍ଦ୍ର । କହିଲେ, ସମୟ ଅନୁସାରେ ଇତିହାସର ପୁର୍ନଲିଖନ ହେବା ଆବଶ୍ୟକ ।

507

କନକ ବ୍ୟୁରୋ: ଇତିହାସ ପଢାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ବିଦ୍ୟାଳୟର ଇ-କ୍ଲାସରୁମର ଉଦଘାଟନ ଉତ୍ସବରେ ‘ଇତିହାସ’ ପାଠ ପଢାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆମ ଇତିହାସରେ ବହୁତ ତ୍ରୁଟି ବିଚ୍ୟୁତି ରହିଛି । ଛାତ୍ରଛାତ୍ରୀ ଦୀର୍ଘଦିନ ହେଲା ଓଡ଼ିଶାର ବୀର ପୁରୁଷଙ୍କ ବାବଦରେ ଇତିହାସରେ ଜାଣିପାରୁନଥିବା କହିଛନ୍ତି ଧର୍ମେନ୍ଦ୍ର । ତେଣୁ ଇତିହାସରେ ସଂଶୋଧନ ଆବଶ୍ୟକ । ତେବେ ସଂପୂର୍ଣ୍ଣ ରୂପେ ଇତିହାସକୁ ଭୁଲ କହିବାକୁ ସେ ବିରୋଧ କରିଛନ୍ତି ।

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଭାରତର ଇତିହାସ ସମ୍ପୂର୍ଣ୍ଣ ଭୁଲ ବୋଲି କହିଥିଲେ । ଏବଂ ଏହାର ପୁର୍ନଲିଖନର ଆବଶ୍ୟକତା ରହିଥିବା ଉପରେ ଜୋର୍ ଦେଇଥିଲେ । ତେବେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମୟ ଅନୁସାରେ ଇତିହାସରେ ପରିବର୍ତନ ହେବା ଦରକାର କାରଣ ଏହା ଏକ ଜାଗ୍ରତ ସମାଜର ଦାୟିତ୍ୱ ।

କାରଣ ଆମେ କ’ଣ ବାଜିରାଉତ ବିଷୟରେ ଓଡ଼ିଆ ପିଲାଙ୍କୁ ବୁଝାଇବା ଉଚିତ୍ ନୁହେଁ କି? ଧର୍ମପଦର ନିପୁଣତାକୁ ଇତିହାସରେ ବର୍ଣ୍ଣିତ ହେବା ଆବଶ୍ୟକ ନୁହେଁ କି? ସଠିକ୍ ଇତିହାସ ଲେଖାହେବାର ସମ୍ଭାବନା ଅଛି । ତେଣୁ ଜାଗ୍ରତ ସମାଜରେ ଇତିହାସର ପୁର୍ନଲିଖନ ହେବା ଆବଶ୍ୟକ ବୋଲି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।