ପ୍ରଭୁଙ୍କ ପାଖରେ ନବୀନ ଧର୍ମେନ୍ଦ୍ର ! ରେଳବାଇର ଗୋଟିଏ ମଂଚରେ ଏକାଠି ହେଲେ ବିରୋଧୀ

49

କନକ ବ୍ୟୁରୋ : ପୁଣି ଗୋଟିଏ ମଂଚରେ ଏକାଠି ଦେଖିବାକୁ ମିଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ପରସ୍ପର ରାଜନୈତିକ ବିରୋଧୀ ନେତା ଦୀର୍ଘ ସମୟ ଧରି ଗୋଟିଏ ମଂଚରେ ରହିଲେ- ପ୍ରଭୁ ଥିଲେ ବୋଲି । ଏହି ଦୁଇ ନେତାଙ୍କ ମଝିରେ ଥିଲେ କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ । ସମ୍ବଲପୁରରେ ଆରମ୍ଭ ହୋଇଥିବା ପାସପୋଟ୍ ସେବା କେନ୍ଦ୍ର ଉଦ୍ଘାଟନ ବେଳେ ମାତ୍ର ୫ ମିନିଟ୍ ଗୋଟିଏ ମଂଚରେ ରହିଥିଲେ ଧର୍ମେନ୍ଦ୍ର ଓ ନବୀନ । ଆଜି ଖୋର୍ଦ୍ଧା ରୋଡ୍-ରାଜ ସୁନାଖଳା ଟ୍ରେନ୍ ସେବା, ବୋଲଗଡ଼ ଯାଏଁ ସଂପ୍ରସାରିତ ହୋଇଛି । ଏହି ଅବସରରେ ଏହି ଦୁଇ ନେତାଙ୍କୁ ଗୋଟିଏ ମଂଚରେ ଦେଖିବାକୁ ମିଳିଥିଲା । ସେହିପରି ଏହି ଅବସରରେ ଡିଜି ଧନମେଳା ଯୋଜନାର ମଧ୍ୟ ଆରମ୍ଭ କରାଯାଇଥିଲା ।