ଶିଳ୍ପୀ ରଘୁନାଥଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ । କହିଲେ, ଓଡିଶା ପାଇଁ ଅପୂରଣୀୟ କ୍ଷତି ।

98

କନକ ବ୍ୟୁରୋ: ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ତାଙ୍କ ସହ ମୋ ବ୍ୟକ୍ତିଗତ ସମ୍ପର୍କ ନିବିଡ ଥିଲା । ନିଜର ନିଖୁଣ କାରୁ କାର୍ଯ୍ୟ ମାଧ୍ୟମରେ ସେ ଓଡିଶାକୁ ଗୌରବାନ୍ୱିତ କରିଥିଲେ । ଓଡିଶାର କଳା, ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ମହିମାନ୍ୱିତ କରିଥିଲେ ।

ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଶୋକ ପ୍ରକାଶ କରିଥିଲେ । ଆଜି ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ୭୮ ବର୍ଷ ବୟସରେ ପ୍ରାଣ ହରାଇଲେ ଶିଳ୍ପୀ ରଘୁନାଥ ମହାପାତ୍ର । ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।