ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ ରାଜ୍ୟ ଜଣେ ସ୍ପଷ୍ଟବାଦୀ ନେତାଙ୍କୁ ହରାଇଲା ।

77

କନକ ବ୍ୟୁରୋ: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ , ‘ତାଙ୍କ ବିୟୋଗ ଖବର ଶୁଣି ମୁଁ ମର୍ମାହତ । ଦୀର୍ଘ ବର୍ଷ ସେ ଲୋକଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ ରଖିଥିଲେ । ରାଜ୍ୟ ରାଜନୀତିରେ ଜଣେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପରଲୋକରେ ଓଡିଶା ଜଣେ ନିର୍ଭୀକ ଓ ସ୍ପଷ୍ଟବାଦୀ ନେତାଙ୍କୁ ମଧ୍ୟ ହରାଇଲା । ରାଜ୍ୟ ରାଜନୀତିରେ ତାଙ୍କର ସ୍ଥାନ ବାସ୍ତବରେ ଅପୂରଣୀୟ’ । ।

ଏହାସହ ଦାମଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ତାଙ୍କର ପରଲୋକ ଖବରରେ ସେ ଅତ୍ୟନ୍ତ ମର୍ମାହତ ଏବଂ ତାଙ୍କର ବିୟୋଗ ସହ ଓଡିଶା ରାଜନୀତିର ଏକ ଦୀର୍ଘ ଓ ଚର୍ଚ୍ଚିତ ଅଧ୍ୟାୟର ଅନ୍ତ ଘଟିଛି ବୋଲି ବୈଜୟନ୍ତ କହିଛନ୍ତି ।