ପ୍ରମୋଦ ଭଗତଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ତୁମ ପ୍ରଦର୍ଶନ ସାରା ଦେଶକୁ ପ୍ରେରଣା ଦେଇଛି

70

କନକ ବ୍ୟୁରୋ: ଟୋକିଓରେ ପାରାଲିମ୍ପିକ୍ସ ବ୍ୟାଡ଼ମିଂଟନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ବିଜେତା ଓଡିଶାର ପ୍ରମୋଦ ଭଗତଙ୍କୁ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ ଟୋକିଓରେ ପାରାଲିମ୍ପିକ୍ସରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ନିଜ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲି ।

ଆହୁରି କହିଛନ୍ତି କି, ଟୋକିଓରେ ପ୍ରମୋଦ ଭଗତଙ୍କ ସମେତ ଆମର ପାରା-ଅଲିମ୍ପିଆନଙ୍କ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା ଦେଇଛି । ଏହି ସଫଳତା ଆମ ଦେଶ ବିଶେଷ ଭାବରେ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଶନିବାର ପାରାଲିମ୍ପିକ୍ସରେ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହୋଇ ଅଭିନନ୍ଦନ ଜଣାଇଥିଲେ । ବିଶ୍ୱ ଚାମ୍ପିୟନ ଏବଂ ଦେଶର ସର୍ବୋତମ ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦଙ୍କ ପାଇଁ ଆମେ ସମସ୍ତେ ଗର୍ବିତ । ପାରାଲିମ୍ପିକ୍ସରେ ତାଙ୍କର ସ୍ୱର୍ଣ୍ଣିମ ପଦକ ବିଜୟ ପ୍ରଦର୍ଶନୀ ଯୁବ ସମାଜକୁ ପ୍ରେରଣା ଯୋଗାଇବ ।