ଅସୁସ୍ଥତା ଖବରକୁ ରାଜ୍ୟପାଳ ଏସସି ଜମିରଙ୍କ ଖଣ୍ଡନ । ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

27

କନକ ବ୍ୟୁରୋ : ଅସୁସ୍ଥ ଖବରକୁ ଖଣ୍ଡନ କରିଛନ୍ତି ରାଜ୍ୟପାଳ ଏସସି ଜମିର । କହିଛନ୍ତି ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ହୃଦଘାତ ଯୋଗୁଁ ରାଜ୍ୟପାଳଙ୍କୁ ଗତକାଲି ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିବା ବୋଲି ଖବର ପ୍ରଚାର ହୋଇଥିଲା । ହୃଦଘାତ ଖବରକୁ ଅପପ୍ରଚାର ବୋଲି କହିଛନ୍ତି ରାଜ୍ୟପାଳ । ହୃଦଘାତ ନୁହେଁ ନର୍ମାଲ ଚେକ୍ଅପ୍ ପାଇଁ ଡାକ୍ତରଖାନାକୁ ଆସିଥିବା ରାଜ୍ୟପାଳ କହିଛନ୍ତିା

ସେପଟେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହସ୍ପିଟାଲକୁ ଯାଇ ରାଜ୍ୟପାଳଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରିବୁଝିଛନ୍ତି । ରାଜ୍ୟପାଳ ସଂପୂର୍ଣ୍ଣ ସୁସ୍ଥ ଥିବା ଓ ସ୍ୱାଭାବିକ ଭାବେ କଥାବାର୍ତା କରୁଥିବା ସେ କହିଛନ୍ତି । ମୁଁ ତାଙ୍କ ଶତାୟୁ କାମନା କରୁଛି । ଭଗବାନ ତାଙ୍କୁ ଦୃଢ ଇଚ୍ଛାଶକ୍ତି ଦିଅନ୍ତୁ ବୋଲି ଧର୍ମେନ୍ଦ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ଗତକାଲି ରାଜ୍ୟପାଳ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତାଙ୍କୁ ହୃଦରୋଗ ବିଭାଗରେ ଚିକିତ୍ସା କରାଯାଉଥିଲା । ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତରଖାନାକୁ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ । ହସ୍ପିଟାଲରେ ଡାକ୍ତରଙ୍କ ସହ ଆଲୋଚନା କରି ରାଜ୍ୟପାଳଙ୍କ ଚିକିତ୍ସା ବ୍ୟବସ୍ଥା ବୁଝିଥିଲେ ।