ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଚର୍ଚ୍ଚା । କେନ୍ଦ୍ରମନ୍ତ୍ରୀ ସାଂସଦ ପ୍ରାର୍ଥୀ ହେବା ନେଇ ସୂଚନା ଦେଲେ ପୂର୍ବତନ ବିଧାୟକ ରବି ନାରାୟଣ ନାୟକ ।

132

କନକ ବ୍ୟୁରୋ: ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଲଢିବା ନେଇ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ବିଜେପି ନେତା । ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସାଂସଦ ପ୍ରାର୍ଥୀ ହେବେ ବୋଲି କହିଛନ୍ତିି ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ ।

ଶନିବାର ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଖଣ୍ଡୋକଟାଠାରେ ଚାଲିଥିବା ୩୧ ତମ ଧନୁଯାତ୍ରାରେ ଉଦଯାପନୀ ମହୋତ୍ସବରେ ଯୋଗଦେଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଅଞ୍ଚଳର ଲୋକକଳା ଓ ଲୋକ ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ଧନୁଯାତ୍ରା କମିଟିକୁ ଧନ୍ୟବାଦ ଜଣାଇଥଲେ କେନ୍ଦ୍ରମନ୍ତ୍ରୀ । ତେବେ ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ସାଂସଦ ପ୍ରାର୍ଥୀ ହେବେ ବୋଲି ପୂର୍ବତନ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ କହିଛନ୍ତି ।