ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ। ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ। 

Advertisment
ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ। ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ। 

କନକ ବ୍ୟୁରୋ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ । ବିଭିନ୍ନ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ବାହାଘର ବେଳେ ବାଇଗଣ ରୁଆ ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅନୁଗୁଳ ଗସ୍ତ କରି କୋକୁଆ ଭୟ ସୃଷ୍ଟି କରୁଥିବା ମହେଶ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମେନ୍ଦ୍ର ନିଜ ଜନ୍ମଭୂମିରେ କିଛି ବି ବିକାଶ କାମ କରିନାହାନ୍ତି, ରେଳବାଇର କିଛି କାମ କରିନାହାନ୍ତି, ତାଳଚେର କୋଇଲା ଖଣି ଅଧିକ ଉତ୍ପାଦନ ଦେବା ସତ୍ୱେ ତାର ଅଫିସ ହୋଇପାରିଲାନାହିଁ, ନିଯୁକ୍ତି ଦେଇ ପାରିଲେନି ଓ ତାଳଚେର ବିମଳାଗଡ କାମ ହୋଇପାରିଲା ନାହିଁ ।

ଢେଙ୍କାନାଳରେ ମେଡିକାଲ କଲେଜ ହୋଇପାରିଲାନାହିଁ । ଧର୍ମେନ୍ଦ୍ର ପ୍ରଧାନ କିଛି ସଫଳ କାର୍ଯ୍ୟକ୍ରମ କରିନାହାନ୍ତି, ନିର୍ବାଚନ ଆସିଲା ବୋଲି ସେ କଥା କହିବା ଆରମ୍ଭ କରିଥିବା କହିଛନ୍ତି ମହେଶ ସାହୁ । ଏପରିକି ଲୋକେ ଇଂଟରନେଟ ଓ ବ୍ୟାଙ୍କିଂ ସୁବିଧା ପାଉନଥିବା ମହେଶ ଅଭିଯୋଗ କରିଛନ୍ତି । ସେପଟେ ବିଜେପିର ବରିଷ୍ଠ ନେତା ରୁଦ୍ର ପାଣି ଏହାର ଜବାବ ରଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe