ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ। ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ରମନ୍ତ୍ରୀଙ୍କ ଉପରେ ବର୍ଷିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ। 

202

କନକ ବ୍ୟୁରୋ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ । ବିଭିନ୍ନ ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ବାହାଘର ବେଳେ ବାଇଗଣ ରୁଆ ଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଅନୁଗୁଳ ଗସ୍ତ କରି କୋକୁଆ ଭୟ ସୃଷ୍ଟି କରୁଥିବା ମହେଶ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମେନ୍ଦ୍ର ନିଜ ଜନ୍ମଭୂମିରେ କିଛି ବି ବିକାଶ କାମ କରିନାହାନ୍ତି, ରେଳବାଇର କିଛି କାମ କରିନାହାନ୍ତି, ତାଳଚେର କୋଇଲା ଖଣି ଅଧିକ ଉତ୍ପାଦନ ଦେବା ସତ୍ୱେ ତାର ଅଫିସ ହୋଇପାରିଲାନାହିଁ, ନିଯୁକ୍ତି ଦେଇ ପାରିଲେନି ଓ ତାଳଚେର ବିମଳାଗଡ କାମ ହୋଇପାରିଲା ନାହିଁ ।

ଢେଙ୍କାନାଳରେ ମେଡିକାଲ କଲେଜ ହୋଇପାରିଲାନାହିଁ । ଧର୍ମେନ୍ଦ୍ର ପ୍ରଧାନ କିଛି ସଫଳ କାର୍ଯ୍ୟକ୍ରମ କରିନାହାନ୍ତି, ନିର୍ବାଚନ ଆସିଲା ବୋଲି ସେ କଥା କହିବା ଆରମ୍ଭ କରିଥିବା କହିଛନ୍ତି ମହେଶ ସାହୁ । ଏପରିକି ଲୋକେ ଇଂଟରନେଟ ଓ ବ୍ୟାଙ୍କିଂ ସୁବିଧା ପାଉନଥିବା ମହେଶ ଅଭିଯୋଗ କରିଛନ୍ତି । ସେପଟେ ବିଜେପିର ବରିଷ୍ଠ ନେତା ରୁଦ୍ର ପାଣି ଏହାର ଜବାବ ରଖିଛନ୍ତି ।