ପୁଣି ମନ୍ତ୍ରୀ ହେବେ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଧର୍ମେନ୍ଦ୍ରଙ୍କ ନିକଟକୁ ଫୋନ୍ କଲ୍ ଆସିଥିବା ସୂଚନା ।

581

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟାରେ ଶପଥ ଗ୍ରହଣ ହେବାକୁ ଥିବା ବେଳେ ମନ୍ତ୍ରିପଦକୁ ନେଇ ବର୍ତ୍ତମାନ ସମୟରେ ସବୁଠାରୁ ବଡ ଖବର ସାମ୍ନାକୁ ଆସିଛି । ସମ୍ଭାବ୍ୟ ମନ୍ତ୍ରୀ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଯାଉଥିବା ସୂଚନା ମିଳିଛି । ଅନେକ ହେଭିୱେଟ୍ ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଯାଉଥିବା ଜଣାପଡିଛି ।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ ବା କେଉଁ ଓଡିଆ ନେତା ସ୍ଥାନ ପାଇବେ, ସେନେଇ ଆଶା ଆଶଙ୍କା ଭିତରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ପୁଣି ଥରେ ସାମ୍ନାକୁ ଆସିଛି । ପୂର୍ବତନ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପୁଣି ଥରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମନ୍ତ୍ରିପଦ ମିଳିବାର ସମ୍ଭାବନା ରହିଛି । ତେବେ ଏହାରି ଭିତରେ ଜଣେ ପରେ ଜଣେ ନେତାଙ୍କୁ ଫୋନ୍ କଲ୍ ଯାଉଥିବା ବେଳେ ଓଡିଶାରୁ କେଉଁ ନେତାଙ୍କୁ ମନ୍ତ୍ରିପଦ ମିଳୁଛି, ତା ଉପରେ ରହିଛି ସମସ୍ତଙ୍କ ନଜର ।