୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେବ ୪ଜି ମୋବାଇଲ୍ ସେବା । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ।

Advertisment
୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେବ ୪ଜି ମୋବାଇଲ୍ ସେବା । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ।

କନକ ବ୍ୟୁରୋ : ୫ଟି ରାଜ୍ୟର ୪୪ଟି ଆକାଂକ୍ଷୀ ଜିଲ୍ଲାରେ ଆରମ୍ଭ ହେବ ୪ଜି ମୋବାଇଲ୍ ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ଆକାଂକ୍ଷୀ ଜିଲ୍ଲା ଗୁଡିକରେ ୪ଜି ମୋବାଇଲ୍ ସେବା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ୟୁଏସଓଏଫ୍ ଯୋଜନାରେ ୬,୪୬୬ କୋଟି ଟଙ୍କା ମଞ୍ଜୁର କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଏହି ନିଷ୍ପତ୍ତି ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଗୁଡିକରେ ୪ଜି ସେବା ଉପଲବ୍ଧ ନ ଥିବା ୭,୨୮୭ ଗ୍ରାମରେ ଡ଼ିଜିଟାଲ ସେବାକୁ ଗତି ଦେବା ସହ ବିକାଶମୂଳକ କାର୍ୟ୍ୟକୁ ସହଯୋଗ କରିବ ଏବଂ ପ୍ରାକୃତିକ ବିପର୍ୟ୍ୟୟ ପ୍ରସ୍ତୁତିକୁ ମଜବୁତ କରିବା ସଙ୍ଗେସଙ୍ଗେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ଇଣ୍ଟରନେଟ୍ ପ୍ରଦାନ କରିବାରେ ସହାୟକ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି, ‘ମୋ ପାଇଁ ବ୍ୟକ୍ତିଗତ ଭାବେ ଖୁସିର ବିଷୟ ଯେ, ଏହି ନିର୍ଣ୍ଣୟ ଦ୍ୱାରା ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାର ୩,୯୩୩ ଗ୍ରାମରେ ହାଇସ୍ପିଡ଼୍ ମୋବାଇଲ୍ ଏବଂ ଇଣ୍ଟରନେଟର ସଂଯୋଗୀକରଣ ହେବ । ଏହି ଜନକଲ୍ୟାଣକାରୀ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପୁନର୍ବାର ଆନ୍ତରିକ କୃତଜ୍ଞତା ଜଣାଉଛି ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe