କନକ ବ୍ୟୁରୋ : ସାରା ଭାରତ ଦେଖିବ ଉତ୍କଳୀୟ କଳା ଓ ସଂସ୍କୃତି । ଟ୍ରେନକୁ କରାଗଲା ବ୍ରାଣ୍ଡିଂ । ଭୁବନେଶ୍ୱର- ନୂଆ ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଶୋଭା ପାଇଲା ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଭରା କୀର୍ତିରାଜି । ଟ୍ରେନରେ ଉତ୍କଳୀୟ ନୌବାଣିଜ୍ୟ, କୋଣାର୍କର କୀର୍ତିରାଜି, ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଚଉଷଠି ଯୋଗୀନ ପୀଠ, ବାଲେଶ୍ୱରର ତଳସାରି ବେଳାଭୂମି, ପୁରୀ ବାଲୁଖଣ୍ଡ ଅଭୟାରଣ୍ୟ, ଭିତରକନିକା, ରତ୍ନଗିରିର ବୌଦ୍ଧ କୀର୍ତିରାଜି, ଶିମିଳିପାଳ ଅଭୟାରଣ୍ୟ, ବିଭିନ୍ନ ଜଳପ୍ରପାତ, ନାଲକୋର କାଳାକୃତି ଅଙ୍କା ଯାଉଛି ।

Advertisment

ପ୍ରଥମ ଥର ପାଇଁ କୌଣସି ଟ୍ରେନକୁ ଏଭଳି କଳାକୃତିରେ ସଜ୍ଜିତ କରାଯାଇଥିବା ବେଳେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର ଷ୍ଟେସନରେ ଏହି ଟ୍ରେନର ଉଦଘାଟନ କରିଛନ୍ତି । ଏହା ସହିତ ଅସଂରକ୍ଷିତ ଟ୍ରେନ୍ ଟିକେଟରେ ଇଂରାଜୀ ଓ ହିନ୍ଦୀ ସହିତ ଓଡିଆ ଭାଷା ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି ଉଦଘାଟନି ଉତ୍ସବରେ ଲୋକସଭା ସାଂସଦ ଶ୍ରୀମତି ଅପରାଜିତା ଷଡ଼ଙ୍ଗୀ,  ରାଜ୍ୟସଭା ସାଂସଦ ଡ. ରଘୁନାଥ ମହାପାତ୍ର ଉପସ୍ଥିତ ରହିଥିଲେ