ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟୁଇଟ୍ କରି ସୂଚନା ଦେଲେ ରାଜ୍ୟପାଳ

348

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ବର୍ଷକର ବ୍ୟକ୍ତିଗତ ଦରମା ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଦାନ କରିଛନ୍ତି । ଏହି ଟଙ୍କାକୁ ସେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି । ଏନେଇ ନିଜେ ରାଜ୍ୟପାଳଙ୍କ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର । ସେ ଏବେ ଏହାର ଆଲୁମିନିର ମଧ୍ୟ ସଦସ୍ୟ ଅଛନ୍ତି । ତେଣୁ ବିଶ୍ୱବିଦ୍ୟାଳୟର ବିକାଶ ସ୍ୱରୂପ ସେ ନିଜ ବର୍ଷକର ଦରମା ପ୍ରଦାନ କରିଛନ୍ତି ।