କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ବର୍ଷକର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ବର୍ଷକର ବ୍ୟକ୍ତିଗତ ଦରମା ସେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଦାନ କରିଛନ୍ତି । ଏହି ଟଙ୍କାକୁ ସେ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପ୍ରଦାନ କରିଛନ୍ତି । ଏନେଇ ନିଜେ ରାଜ୍ୟପାଳଙ୍କ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର । ସେ ଏବେ ଏହାର ଆଲୁମିନିର ମଧ୍ୟ ସଦସ୍ୟ ଅଛନ୍ତି । ତେଣୁ ବିଶ୍ୱବିଦ୍ୟାଳୟର ବିକାଶ ସ୍ୱରୂପ ସେ ନିଜ ବର୍ଷକର ଦରମା ପ୍ରଦାନ କରିଛନ୍ତି ।
ରାଜ୍ୟପାଳଙ୍କୁ ଗୋଟିଏ ବର୍ଷର ଦରମା ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉତ୍କଳ ବିଶ୍ୱବିଦ୍ୟାଳୟର ବିକାଶ ପାଇଁ ଦରମା ପ୍ରଦାନ କଲେ ଧର୍ମେନ୍ଦ୍ର । ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତିଙ୍କୁ ଦରମା ପ୍ରଦାନ । ଟ୍ୱିଟ୍ କରି ସୂଚନା ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । @dpradhanbjp@GovernorOdishapic.twitter.com/ufgJICtrFf
— Kanak News (@kanak_news) April 1, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/7_UP.jpg)