ଶୀଘ୍ର ଖୋଲ ରତ୍ନଭଣ୍ଡାର । ଶ୍ରୀଜିଉଙ୍କ ଦର୍ଶନ ପରେ ଦାବି କଲେ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜୟ ମହାପାତ୍ର କହିଲେ, ରାଜ୍ୟ ସରକାର ସ୍ପଷ୍ଟ ନିଷ୍ପତି ନେବା ଆବଶ୍ୟକ
କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବାକୁ ତେଜିଲା ଦାବି । ପୁରୀରେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପରେ ଏ ନେଇ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ରତ୍ନଭଣ୍ଡାର ଓଡିଆ ଲୋକଙ୍କ ଭାବାବେଗ ସହ ଜଡିତ, ତେଣୁ ତୁରନ୍ତ ଏହାକୁ ଖୋଲାଯାଉ । ଆଉ ଧର୍ମେନ୍ଦ୍ରଙ୍କ ଏହି ଦାବି ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

Kanak News is now on WhatsApp
Join and get latest news updates delivered to you via WhatsApp
- ‘ଶୀଘ୍ର ଖୋଲାଯାଉ ରତ୍ନଭଣ୍ଡାର’
- ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ତୁରନ୍ତ ରତ୍ନଭଣ୍ଡାର ଖୋଲିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରତ୍ନଭଣ୍ଡାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ ବୋଲି କହିଛନ୍ତି ଧର୍ମେନ୍ଦ୍ର । ତେବେ କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ଐତିହ୍ୟ ଓ ଧର୍ମୀୟ ପୀଠଗୁଡ଼ିକର ପୁନରୁଦ୍ଧାର ଓ ମରାମତି ଠିକ୍ ଭାବେ କରାଯିବା ଆବଶ୍ୟକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ଖୋଲିବା ନେଇ ଧର୍ମେନ୍ଦ୍ର ପ୍ରଧାନ କହିବା ପରେ ପୁଣି ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ମନ୍ଦିରରେ ଦର୍ଶନ ଚାଲିଥିବା ବେଳେ ମଧ୍ୟ ରତ୍ନଭଣ୍ଡାର ଗଣତି ହୋଇପାରିବ । ଏ ସଂପର୍କରେ ରାଜ୍ୟ ସରକାର ସ୍ପଷ୍ଟ ନିଷ୍ପତି ନେବା ଆବଶ୍ୟକ । ରତ୍ନଭଣ୍ଡାର ଯାଞ୍ଚ ୭ ଦିନ ଭିତରେ ସରିବ ନାହିଁ । ଖୋଲିବା ଏବଂ ଯେଉଁ ରତ୍ନ ସବୁ ଅଛି ତାହା ଗଣିବା ସମୟ ସାପେକ୍ଷ ବୋଲି କହିଛନ୍ତି ବିଜୟ ମହାପାତ୍ର । ଏପଟେ ରତ୍ନଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାର ଆଗ୍ରହ ଦେଖାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି, ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ସରକାର ।
ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ବାରମ୍ବାର ଦାବି ହେବା ପରେ ରଥଯାତ୍ରା ଅବସରରେ ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତି ନେଇଥିଲେ ରାଜ୍ୟ ସରକାର ।