ପଦଯାତ୍ରା ବନାମ ମିଶ୍ରଣ ପର୍ବ ! ବରଗଡରେ ଅଶୋକ ପାଣିଗ୍ରାହୀଙ୍କ ମିଶ୍ରଣ ପର୍ବରେ ବିଜେଡିକୁ ଟାର୍ଗେଟ୍ କଲେ ଧର୍ମେନ୍ଦ୍ର

24

କନକ ବ୍ୟୁରୋ : ପ୍ରତିବର୍ଷ ପଦଯାତ୍ରା କରୁଛି ବିଜେଡି, ଆଉ କେବେ ନା’ କେଉଁଠି ପଦଯାତ୍ରା ବି ହେଉଛି । ହେଲେ ଆଜି ବିଜେଡିର ପଦଯାତ୍ରା ଏବଂ ବିଜେପିର ମିଶ୍ରଣ ପର୍ବ, ଏଥିପାଇଁ ବେଶ ଗୁରୁତ୍ୱ ରଖୁଛି, କାହିଁକି ନା’ ଆଗକୁ ବିଜେପୁର ଉପନିର୍ବାଚନ । ଏହି ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୈତିକ ପାଣିପାଗରେ ଉଷ୍ମତା ବଢିବାରେ ଲାଗିଛି । ଗୋଟିଏ ପଟେ ଆଜିଠାରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା ।

ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ୧୧ ତାରିଖ ଜୟପ୍ରକାଶ ନାରାୟଣ ଜୟନ୍ତି ପର୍ଯ୍ୟନ୍ତ ପଦଯାତ୍ରା କରି ଲୋକଙ୍କ ନିକଟକୁ ଯିବ ବିଜୁ ଜନତା ଦଳ । ଭୁବନେଶ୍ୱର ମହିଷାଖାଲରୁ ପଦଯାତ୍ରାର ଶୁଭାରମ୍ଭ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିିତିରେ ବରଗଡରେ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ଅସନ୍ତୁଷ୍ଟ ନେତା ଅଶୋକ ପାଣିଗ୍ରାହୀ । ଅଶୋକଙ୍କ ସହ ତାଙ୍କର ହଜାର ହଜାର ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ଆଉ ସବୁର ମୂଳରେ ସେଇ ନିର୍ବାଚନ ।

naveen vs dharmendra ଲକ୍ଷ୍ୟ ଗୋଟିଏ, ରାସ୍ତା ଅଲଗା ଅଲଗା । କାହାର ପଦଯାତ୍ର, ତ ଆଉ କାହାର ମିଶ୍ରଣ ପର୍ବ । ଟାର୍ଗେଟ୍- ଭୋଟ୍ ରାଜନୀତିର ଦୌଡ଼ରେ ବାଜି ମାରିବା । ଆଗକୁ ବିଜେପୁର ଉପ-ନିର୍ବାଚନ । ଆଉ ସାମ୍ନାରେ ଦୁଇଟି ଚେହେରା ।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନ ପରୀକ୍ଷାରେ ଟପ୍ପର ହେବା ପାଇଁ ଗୋଟି ଚାଳନା କରି ଦେଇଛନ୍ତି ଓଡ଼ିଶା ରାଜନୀତିର ଦୁଇ ବାଦଶାହା । ବିଜେପୁରରେ ଧର୍ମେନ୍ଦ୍ର, ଭୁବନେଶ୍ୱରରେ ନବୀନ । ଜଣଙ୍କର ପଦଯାତ୍ରା ଆଉ ଜଣଙ୍କର ମିଶ୍ରଣ ପର୍ବ । ଆଉ ଶକ୍ତି ପରୀକ୍ଷାର ମାଧ୍ୟମ ପାଲଟିଛି ଉପ-ନିର୍ବାଚନ । ବିଜେପୁରରୁ ଧର୍ମେନ୍ଦ୍ର, ପରିବର୍ତ୍ତନର ଇସାରା କରିଥିବା ବେଳେ ଭୁବନେଶ୍ୱରରୁ ବିଜେପିକୁପ୍ରତ୍ୟାଖ୍ୟାନର ନାରାଦେଇଛନ୍ତି ନବୀନ ।

କଂଗ୍ରେସ ନେତାଙ୍କ ପତ୍ନୀ ରୀତା ସାହୁ, ବିଜେପୁରରେ ବିଜେଡି ଚେହେରା ହେବା ପରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀ । ଏସବୁ ଭିତରେ, ପଂଚାୟତ ନିର୍ବାଚନ ପରେ ଏବଂ ୨୦୧୯ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନକୁ ସେମିଫାଇନାଲ ବୋଲି କୁହାଯାଉଛି । ଫାଇନାଲ ଅର୍ଥାତ୍ ୨୦୧୯ ନିର୍ବାଚନ ଆଗରୁ ଓଡ଼ିଶାର ଲୋକଙ୍କ ମୁଡକୁ ପରଖି ପାଇଁ ହୁଏତ ବିଜେପୁର ନିର୍ବାଚନ ଏକ ବଡ ପ୍ଲାଟଫର୍ମ । ତେଣୁ ଏହାକୁ କୌଣସି ଦଳ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି । ଯେଉଁଥି ପାଇଁ ଆରୋପ-ପ୍ରତ୍ୟାରୋପ ବି ଜୋରଦାର ହୋଇଛି ।