ତିର୍ତ୍ତୋଲ ଉପନିର୍ବାଚନ ପ୍ରଚାର ମୈଦାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ବିକାଶ ନାରା ଦେଇ ମୋଦିଙ୍କ ନାଁରେ ମାଗିଲେ ଭୋଟ୍

169

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ସମର୍ଥକଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀ ରାଜ କିଶୋର ବେହେରାଙ୍କ ପାଇଁ ଭୋଟ୍ ଭିକ୍ଷା କରିିଛନ୍ତି । ଧର୍ମେନ୍ଦ୍ର ଖୋଲା କାରରେ ବୁଲି ଶୋଭାଯାତ୍ରା କରିବା ସହ ବିକାଶ ନାରା ଦେବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ଭୋଟ୍ ମାଗିଛନ୍ତି ।

ପୂର୍ବରୁ ସଭାମଂଚରୁ ବାଲେଶ୍ୱରକୁ ଅବହେଳା କରାଯିବ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଧର୍ମେନ୍ଦ୍ର । ସେହିପରି ରାଜ୍ୟ ସରକାର କାମ ସୃଷ୍ଟି କରି ନପାରିବାରୁ ବାଲେଶ୍ୱରର ଯୁବକମାନେ ପରିବାର ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ମଧ୍ୟ ସେ ଅଭିଯୋଗ ବାଢ଼ିଥିଲେ ।