ସମ୍ବଲପୁରରେ ନେତା ଓ କର୍ମୀଙ୍କ ସହ ହୋଲି ଖେଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶଙ୍ଖ ଭବନରେ ବିଜେଡି ନେତାଙ୍କ ହୋଲି ପାଳନ

221

କନକ ବ୍ୟୁରୋ : ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ହୋଲି ପାଳନ କରିଛନ୍ତି । ସମ୍ବଲପୁର ବିଜେପି କାର୍ଯ୍ୟାଳୟରେ ନେତା ଓ କର୍ମୀଙ୍କ ସହ ରଙ୍ଗର ପର୍ବ ହୋଲି ପାଳନ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ସମ୍ବଲପୁର ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ । ସକାଳେ ମା ସମଲେଇଙ୍କ ଦର୍ଶନ କରିଥିଲେ । ଏହାପରେ ବିଜେପି କାର୍ଯ୍ୟାଳୟରେ ପହଂଚି କର୍ମୀଙ୍କ ସହ ମିଶି ହୋଲି ପାଳନ କରିଛନ୍ତି ।

ସେହିଭଳି ଶଙ୍ଖ ଭବନରେ ଧୁମଧାମରେ ପାଳନ ହେଉଛି ରଙ୍ଗର ପର୍ବ । ମନ୍ତ୍ରୀ ଅଶୋକ ପଣ୍ଡା, ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ ରାଉତ, ଧର୍ମଶାଳ ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେୀ ରଞ୍ଜନ ତ୍ରିପାଠୀ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ ଏକାଠି ହୋଇଛନ୍ତି ବହୁ ନେତା ଓ କର୍ମୀ । ପରସ୍ପରକୁ ରଙ୍ଗ ବୋଳି ହୋଲି ଖେଳୁଛନ୍ତି ନେତା ମାନେ । ଆଗକୁ ନିର୍ବାଚନ ଥିବାରୁ ସମସ୍ତଙ୍କ ମନରେ ଭରି ରହିଛି ଉତ୍ସାହ । ଚଳିତ ନିର୍ବାଚନରେ ସମସ୍ତଙ୍କୁ ମତଦାନ କରିବା ପାଇଁ ଆହ୍ୱାନ କରିଛନ୍ତି ସଞ୍ଜୟ ଦାସବର୍ମା । ସେପଟେ ହୋଲି ପର୍ବ ସମସ୍ତଙ୍କ ମନରେ ଥିବା ମତାନ୍ତର ଓ ମନାନ୍ତର ଦୂର କରି ଏକାଠି କରିଥାଏ ବୋଲି କହିଛନ୍ତିି ମନ୍ତ୍ରୀ ଅଶୋକ ପଣ୍ଡା । ଏଥିସହ ରାଜ୍ୟବାସୀଙ୍କୁ ଜଣାଇଛନ୍ତି ହୋଲିର ଶୁଭେଚ୍ଛା ।