କନକ ବ୍ୟୁରୋ: ଭୋଟ୍ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଲୋକସଭା ନିର୍ବାଚନ୍ ଲଢୁଥିଲେ ବି, ଭୁବନେଶ୍ୱର ଆସି ନିଜ ମତ ଅଧିକାର ସାବ୍ୟସ୍ତ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଡିଏଭି ପବ୍ଲିକ୍ ସ୍କୁଲରେ ହେଇଥିବା ମତଦାନ କେନ୍ଦ୍ରକୁ ଆସି ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ଦେଇଛନ୍ତି । ତେବେ ଭୋଟ୍ ଦେଇ ଧର୍ମେନ୍ଦ୍ର କହିଛନ୍ତି, ଭାରତର ଗଣତନ୍ତ୍ରର ଏ ମହାପର୍ବରେ ମୁଁ ଆଜି ଭାଗ ନେଲି । ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ସେ ଭୋଟ୍ ଦେଇଥିବା ନେଇ ସୂଚନା ଦେଇଛନ୍ତି । ଏଥିସହ ଦେଶରେ ପୁଣି ମୋଦୀ ସରକାର ହେବା ସହ ଓଡିଶାର ୨୧ରୁ ୨୧ ଲୋକସଭା ଆସନ ଜିତିବା ନେଇ ଦମ୍ଭୋକ୍ତି ଦେଖାଇଛନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ ରାଜ୍ୟରେ ବିଜେପି ବହୁମତ ହାସଲ କରିବା ସହିତ ସରକାର ଗଠନ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
#ଭୋଟ୍_ଦେଲେ_ଧର୍ମେନ୍ଦ୍ର
ଚନ୍ଦ୍ରଶେଖରପୁର ସ୍ଥିତ ବୁଥରେ ମତଦାନ ସାବ୍ୟସ୍ତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।#Election2024#Odisha#ElectionWithKanakNews@dpradhanbjppic.twitter.com/5XzfYcjSA3— Kanak News (@kanak_news) May 25, 2024
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/05/Screen-Shot-2024-05-25-at-4.16.26-PM.png)