କନକ ବ୍ୟୁରୋ: ଆଜି ଲଗାତାର ପ୍ରଚାର କ୍ରମରେ ଯାଜପୁର ବିଞ୍ଝାରପୁରରେ ଦଳୀୟ ଏମପି ପ୍ରାର୍ଥୀ ରବିନ୍ଦ୍ରନାଥ ବେହେରା, ଓ ବିଧାୟକ ପ୍ରାର୍ଥୀ ବବିତା ମଲ୍ଲିକଙ୍କ ପାଇଁ ଭୋଟ ଅପିଲ କରିଛନ୍ତି । ଏହା ସହ କହିଛନ୍ତି, ‘ଗରୀବ ଲୋକଙ୍କ ଘର ପାଇଁ ମୋଦୀ ପଠାଇଥିବା ଘର ଏଯାଏଁ ହଜାର ହଜାର ବିଞ୍ଝାରପୁରବାସୀଙ୍କୁ ମିଳିନି । ଜୁନ୍ ୧୦ରେ ବିଜେପି ସରକାର ହେବ । ଏହାପରେ ଇନକ୍ୱାରୀ କରାଯାଇ ଏ ଅର୍ଥକୁ ଚୋରି କରିଥିବା ଲୋକଙ୍କୁ ଜେଲ ପଠାଯିବ’ ।
୨୫ ବର୍ଷର ଶାସନରେ ଅପରାଗ, ସ୍ଥାଣୁ ପାଲଟିଛି । ଗୁମାସ୍ତାଙ୍କର ସରକାର ପାଲଟିଛି , କ୍ରିିତଦାସଙ୍କ ସରକାର ହୋଇଛି । ନବୀନ ପଟନାୟକଙ୍କୁ ସାଢେ ୪ କୋଟି ଓଡିଆଙ୍କ ଭିତରୁ କେହି ମିଳିଲେନି ଯେ, ଭଡାରେ ତାମିଲନାଡୁରୁ ନେତା ଆଣି ସରକାର ଚଳାଉଛନ୍ତି । ଏହାକୁ ବିଞ୍ଝାରପୁର ସହ୍ୟ କରିବ ନାହିଁ । ଓଡିଶାର ନେତା ଓଡିଶାର ହେବ । ଓଡିଶାରେ ବିଜେପି ସରକାର ହେବ, ଦେଶରେ ମୋଦୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବେ’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/dh-1.jpg)