କନକ ବ୍ୟୁରୋ : ଜମୁଛି ବ୍ରଜରାଜନଗର ଉପ-ନିର୍ବାଚନ । ୩ ପ୍ରମୁଖ ଦଳର ତୁଙ୍ଗ ନେତା ଏବେ ପ୍ରଚାର ମୈଦାନକୁ ଓହ୍ଲାଇବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । କିଭଳି ଦଳୀୟ ପ୍ରାର୍ଥୀ ବ୍ରଜରାଜନଗର ବାଜି ଜିତିବେ ସେନେଇ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ । ଷ୍ଟାର ପ୍ରଚାରକଙ୍କ ଉପସ୍ଥିତିରେ ଉଠୁଛି ପଡୁଛି ବ୍ରଜରାଜନଗର ପ୍ରଚାର ମୈଦାନ । ଆଉ ଏସବୁ ଭିତରେ ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଧର୍ମେନ୍ଦ୍ର ଆସନ୍ତାକାଲି ଦିନ ତମାମ କରିବେ ମାରାଥନ ପ୍ରଚାର । ଯେଉଁଥିପାଇଁ ବିଜେପି ଶିବିର ମଧ୍ୟ ବେଶ ଚଳଚଞ୍ଚଳ ହୋଇଉଠିଛି । ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେହେତୁ ନିର୍ବାଚନକୁ ଆଉ ଦିନ କେଇଟା ବାକି ଅଛି ତେଣୁ ଧର୍ମେନ୍ଦ୍ର ଏବେ ପ୍ରଚାର ମୈଦାନକୁ ଓହ୍ଲାଇବେ ।

Advertisment

କେବଳ ଧର୍ମେନ୍ଦ୍ର ନୁହଁନ୍ତି ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶାର ୩ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଛତିଶଗଡର କିଛି ନେତା ରହିଛନ୍ତି । ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ସହିତ ସାଂସଦ ସୁରେଶ ପୂଜାରୀ ପ୍ରଚାର ଆରମ୍ଭ କରିଛନ୍ତି । ଆଉ ଆଗକୁ ବିଜେପି ପ୍ରଚାରକୁ ଆହୁରି ଜୋରଦାର କରିବ ।

ଅନ୍ୟପଟେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ଆଜି ପ୍ରଚାର କରିଛନ୍ତି ଏକଦା ଟିକେଟ ପାଇଁ ରେସରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ । ଆଉ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କ ପାଇଁ ରୋଡମ୍ୟାପ ତିଆରି କରିଛନ୍ତି ଦଳର ବରିଷ୍ଠ ନେତା ଏବଂ ବିଧାୟକ ।