ଉତ୍କଳ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ରାଜ୍ୟବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାର୍ତ୍ତା

126

କନକ ବ୍ୟୁରୋ : କୋଲକାତାର ହୁବୁଲି ନଈ ପଠା ଆୟୋଜିତ ଉତ୍କଳ ଦିବସରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଜିର ଦିନ ଓଡିଆଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ।  ଆଜି ଆମେ ଗଙ୍ଗାନଦୀ ଘାଟରେ ଏହି ଦିବସ ପାଳନ କରୁଛୁ । ସମସ୍ତଙ୍କ ଉପରେ ମହାପ୍ରଭୂଙ୍କ ଆଶୀର୍ବାଦ ରହୁ ।

ରାଧାନାଥ ରାଏ, ଗଙ୍ଗାଧର ମେହେରା, ଫକୀରେମୋହନ ଭଳି ମନୀଷୀଙ୍କ ଯୋଗୁଁ ଭାଷାଭିତିକ ରାଜ୍ୟଭାବେ ଏବଂ ଏକ ରାଜନୈତିକ ୟୁନିଟ ଭାବେ ୧୯୩୬ରେ ସ୍ୱତନ୍ତ୍ର ରାଜ୍ୟ ହୋଇଥିଲା । ସମୁଦ୍ର, ଜଙ୍ଗଲ, ଲୋକଶକ୍ତି, ଖଣିଜ ସଂପଦ ଓ ଅପାର ସମ୍ଭାବନା ଥିବା ଆମ ରାଜ୍ୟ ସବୁଠୁ ସୌଭାଗ୍ୟବାନ । ଠିକ ଏହାର ୧୫ ବର୍ଷ ପରେ ଆମେ ଶହେ ବର୍ଷ ପୂରଣ କରିବା । ଆଜିର ଦିବସରେ ଗଙ୍ଗାନଦୀର ଏହି ତଟରେ ଆମେ ସଂକଳ୍ପ କରିବା ଓଡିଆ ଜାତିକୁ ପୁଣିଥରେ ଏକ ସମୃଦ୍ଧିଶାଳୀ ରାଜ୍ୟଭାବେ ଗଡିବା ଓ ଆମେ ମହାପୁରୁଷଙ୍କ ସ୍ୱପ୍ନକୁ ପୂରଣ କରିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।