କନକ ବ୍ୟୁରୋ : କୋଲକାତାର ହୁବୁଲି ନଈ ପଠା ଆୟୋଜିତ ଉତ୍କଳ ଦିବସରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ବରପୁତ୍ରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଜିର ଦିନ ଓଡିଆଙ୍କ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଆଜି ଆମେ ଗଙ୍ଗାନଦୀ ଘାଟରେ ଏହି ଦିବସ ପାଳନ କରୁଛୁ । ସମସ୍ତଙ୍କ ଉପରେ ମହାପ୍ରଭୂଙ୍କ ଆଶୀର୍ବାଦ ରହୁ ।
ରାଧାନାଥ ରାଏ, ଗଙ୍ଗାଧର ମେହେରା, ଫକୀରେମୋହନ ଭଳି ମନୀଷୀଙ୍କ ଯୋଗୁଁ ଭାଷାଭିତିକ ରାଜ୍ୟଭାବେ ଏବଂ ଏକ ରାଜନୈତିକ ୟୁନିଟ ଭାବେ ୧୯୩୬ରେ ସ୍ୱତନ୍ତ୍ର ରାଜ୍ୟ ହୋଇଥିଲା । ସମୁଦ୍ର, ଜଙ୍ଗଲ, ଲୋକଶକ୍ତି, ଖଣିଜ ସଂପଦ ଓ ଅପାର ସମ୍ଭାବନା ଥିବା ଆମ ରାଜ୍ୟ ସବୁଠୁ ସୌଭାଗ୍ୟବାନ । ଠିକ ଏହାର ୧୫ ବର୍ଷ ପରେ ଆମେ ଶହେ ବର୍ଷ ପୂରଣ କରିବା । ଆଜିର ଦିବସରେ ଗଙ୍ଗାନଦୀର ଏହି ତଟରେ ଆମେ ସଂକଳ୍ପ କରିବା ଓଡିଆ ଜାତିକୁ ପୁଣିଥରେ ଏକ ସମୃଦ୍ଧିଶାଳୀ ରାଜ୍ୟଭାବେ ଗଡିବା ଓ ଆମେ ମହାପୁରୁଷଙ୍କ ସ୍ୱପ୍ନକୁ ପୂରଣ କରିବା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/27.jpg)