କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟକୁ ସହାୟତା ନେଇ ବିଜେଡି, ବିଜେପି ଭିତରେ ପ୍ରତିଯୋଗିତା । ପ୍ଲାଟିନମ ଜୁବୁଲି ଉଦ୍ଦଘାଟନୀ ଉତ୍ସବ ପାଳନ ବେଳେ ଗତକାଲି ମୁଖ୍ୟମନ୍ତ୍ରୀ ବାଣୀବିହାରକୁ ଶହେ କୋଟି ଟଙ୍କା ମଞ୍ଜୁର ହୋଇଥିବା ନେଇ ସୂଚନା ଦେଇଥିଲେ । କହିଥିଲେ, ୬ଟି ଉକ୍ରର୍ଷ କେନ୍ଦ୍ର ପାଇଁ ସେ ୧୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସେଥିମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ୪୦ କୋଟି ଟଙ୍କା ବିଶ୍ୱବିଦ୍ୟାଳୟକୁ ମଳିସାରିଛି ।

Advertisment

publive-image

ଆଜି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯଦି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ମନାଇ ଶହେ କୋଟି ଟଙ୍କା ଆଣି ପାରିବେ ତେବେ ସେ ୧୦୧କୋଟି ଟଙ୍କା କେନ୍ଦ୍ରରୁ ଆଣିପାରିବେ । ତେବେ ଗତକାଲି ପ୍ଲାଟିନମ ଜୁବୁଲିର ଉଦଘାଟନ ଉତ୍ସବରେ ଯୋଗ ଦେଇ ନବୀନ ୧୦୦ କୋଟି ଟଙ୍କା ପ୍ୟାକେଜ ଘୋଷଣା କରିଥିବା ବେଳେ ଆଜି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଧର୍ମେନ୍ଦ୍ର ପ୍ରଧାନ । ନିଜ ଭାଷଣରେ ବିଶ୍ୱବିଦ୍ୟାଳୟର ପୁରୁଣା କଥା ସବୁ ମନେ ପକାଇଥିଲେ ଧର୍ମେନ୍ଦ୍ର । ଏପରିକି ବିଶ୍ୱବିଦ୍ୟାଳୟ ପାଇଁ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିବାରୁ ନବୀନଙ୍କୁ ପୁରାତନ ଛାତ୍ର ଭାବେ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର । ଏହାଛଡା ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଲୁମିନି ଫଣ୍ଡ ଗଠନ କରାଗଲେ ଗୋଟିଏ ବର୍ଷର ଦରମା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ । କୁଳପତି ନମ୍ବର ଦେଲେ ସେ ଟଙ୍କା ପଠାଇଦେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

publive-image

ଓଡିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ ପାଳନ କରୁଛି ପ୍ରତିଷ୍ଠାର ୭୫ ବର୍ଷ ପୂର୍ତ୍ତି ବା ପ୍ଲାଟିନମ୍ ଜୁବୁଲି । ଏନେଇ ଗତକାଲିଠାରୁ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ । ମୁଖ୍ୟ ଅତିଥୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଅନେକ ବାମ୍ୟଗଣ୍ୟ ପ୍ରତିଷ୍ଠିତ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ତେବେ ପ୍ଲାଟିନମ୍ ଜୁବୁଲି ପାଇଁ ଅତି ସୁନ୍ଦର ଭାବେ ସଜେଇ ହୋଇଛି ବାଣିବିହାର ପରିସର ।