ଭିତରକନିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ଇକୋରିଟ୍ରିଟରେ ବିତାଇଲେ ରାତି; ଜଳପଥରେ ବୁଲି ଦେଖିଲେ ପ୍ରାକୃତିକ ଶୋଭା

କହିଲେ ପର୍ଯ୍ୟଟନ ଶିଳ୍ପର ବିକାଶରେ ନେବ ପ୍ରମୁଖ ଭୂମିକା

189

କନକ ବ୍ୟୁରୋ : ଭିତରକନିକା ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇକୋରିଟ୍ରିଟରେ ରାତି ବିତାଇବା ପରେ ଆଜି ସକାଳେ ଭିତରକନିକା ବୁଲୁଛନ୍ତି । ଜଳପଥରେ ଏକ ମୋଟର ବୋଟରେ ଦଳୀୟ ନେତାଙ୍କ ସହ ବୁଲି ପ୍ରାକୃତିକ ଶୋଭା ଉପଭୋଗ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ମନୋରମ ।

ଶିଳ୍ପ ପର୍ଯ୍ୟଟନ ସହ ଅଂଚଳର ବିକାଶରେ ଭିତରକନିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀଙ୍କ ସହ ଅଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର, ରାଜନଗରର ପୂର୍ବତନ ବିଧାୟକ ଅଲେଖ ଜେନା, ଆଳି ବିଜେପି ନେତା ଦୋଳଗୋବିନ୍ଦ ନାୟକଙ୍କ ସମେତ ବହୁ ବିଜେପି ନେତା ଉପସ୍ଥିତ ଅଛନ୍ତି ।