ଦେବଗଡ ମେରୁ ଉତ୍ସବରେ ଧର୍ମେନ୍ଦ୍ର ପ୍ରଧାନ । ଲୋକଙ୍କ ସହ ଆଲୋଚନା କରି କଲେ ଭୋଟ ପାଇଁ ଆବେଦନ ।

77

କନକ ବ୍ୟୁରୋ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଆଉଁଳି ପଞ୍ଚାୟତରେ ମେରୁ ଉତ୍ସବରେ ଯୋଗଦେଲେ ବିଜେପିର ସମ୍ବଲପୁର ଲୋକସଭା ଆସନ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଭଦ୍ରକାଳୀ ମନ୍ଦିରରେ ଅନୁଷ୍ଠିତ ମେରୁ ଉତ୍ସବରେ ଯୋଗଦେଇ ମା’ ଙ୍କ ଦର୍ଶନ କରିଥିଲେ । କେନ୍ଦ୍ରମନ୍ତ୍ରୀ ପହଞ୍ଚିିବା ପରେ ସେଠାରେ ତାଙ୍କୁ ମନ୍ଦିର କମିଟି ପକ୍ଷରୁ ସ୍ୱାଗତ କରାଯାଇଥିଲା । ମେରୁ ଯାତ୍ରା ଲୋକପରମ୍ପରାରେ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।