କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଆର୍ଟିକିଲ, ଯାହା ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ହୋଇଛି । ଯାହା ଫଳାଫଳ ପୂର୍ବରୁ ପଲିଟିକ୍ସର ପାରଦ ବଢ଼ାଇଛି । ଏହାର ଶୀର୍ଷକ ରହିଛି- ଫୋନିର ମୁକାବିଲା ଦିଗରେ ଓଡ଼ିଶା, ଏକ ପ୍ରଶଂନୀୟ କାର୍ଯ୍ୟ କରିଛି ଏବଂ କେନ୍ଦ୍ର ଓ ରାଜ୍ୟ ତାଳମେଳ ରଖି ବାତ୍ୟାର ମୁକାବିଲା କରିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏହି ଲେଖାକୁ ନିଜ ଟ୍ୱିଟର ହେଣ୍ଡଲରେ ବି ସେୟାର କରିଛନ୍ତି ଧର୍ମେନ୍ଦ୍ର ।
ବାତ୍ୟା ପରେ ପରେ ପାଣି, ବିଜୁଳି, ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ୍ ସେବା କ୍ଷେତ୍ରରେ ଅନେକ ସମସ୍ୟା ଉପୁଜୁଥିଲା, ହେଲେ ଆଶ୍ଚର୍ଯ୍ୟଜନକ ଭାବରେ କେନ୍ଦ୍ରମନ୍ତ୍ରୀ ଏ ସଂପର୍କରେ କେବେହେଲେ ଖୋଲାଖୋଲି କିଛି ଅଭିଯୋଗ କରିନାହାଁନ୍ତି । ଆଉ ଆଜି ରାଜ୍ୟ ସରକାରଙ୍କୁ ସୁହାଇଲା ଭଳି ପ୍ରଶଂସା ସମ୍ବଳିତ ଏକ ଲେଖା ଲେଖିଛନ୍ତି ଧର୍ମେନ୍ଦ୍ର ।
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ବାତ୍ୟ ପରବର୍ତୀ ସ୍ଥିତିର ମୁକାବିଲା ପାଇଁ ଧର୍ମେନ୍ଦ୍ର ଟେଲିକମ୍ ଏବଂ ବ୍ୟାଙ୍କିଙ୍ଗ ସେବାକୁ ସ୍ୱାଭାବିକ୍ କରିବା ପାଇଁ ନିଜେ ଅନେକ ବୈଠକ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସ୍ଥିତି ଉପରେ ନଜର ରଖିବା ପାଇଁ ଅନୁରୋଧ କରିଛନ୍ତି । ଏମିତି କି ପେଟ୍ରୋଲ ଏବଂ କିରୋସିନୀ ଭଳି ଆବଶ୍ୟକୀୟ ତୈଳଯାତ ଦ୍ରବ୍ୟ ପାଇଁ ଚେଷ୍ଟା କରିଛନ୍ତି । ହେଲେ ରାଜ୍ୟ ସରକାରଙ୍କ ପରିଚାଳନାଗତ ତ୍ରୁଟି ସଂପର୍କରେ କେବେ ମୁହଁ ଖୋଲି ନାହାଁନ୍ତି ।
ବାତ୍ୟା ପରର ସ୍ଥିତିକୁ ମୁକାବିଲା କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ବିରୋଧୀ କଂଗ୍ରେସ ଖୋଲାଖୋଲି ଅଭିଯୋଗ କରୁଥିବା ବେଳେ ଧର୍ମେନ୍ଦ୍ର ଓଡ଼ିଶାର କାମକୁ ପ୍ରଶଂସା କରିଛନ୍ତି । ଅବଶ୍ୟ, ଓଡ଼ିଶାକୁ ପ୍ରଶଂସା କରିବା ବେଳେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରକୁ ମିଳିତ ଭାବରେ ଶ୍ରେୟ ଦେଇଛନ୍ତି ।
ନିର୍ବାଚନ ଫଳାଫଳ ଆସବା ପୂର୍ବରୁ ମାପିଚୁପି ନିଷ୍ପତି ନେଉଛନ୍ତି କି ଧର୍ମେନ୍ଦ୍ର ପ୍ରଧାନ? ଏଭଳି ପ୍ରଶ୍ନ ଉଠିବା ମଧ୍ୟ ସ୍ୱାଭାବିକ୍ କାରଣ, ଏକଜିଟ୍ ପୋଲ ଗୁଡ଼ିକ ଏନଡିଏକୁ ବହୁମତ ମିଳିବା ନେଇ ଆକଳନ କରିଛନ୍ତି, କିନ୍ତୁ ଏକଜିଟ୍ ପୋଲ୍ ଯେ, ଏକ୍ଜ୍ୟାକ୍ଟ ପରିଣାମ ହେବ ଏକଥା କହିବା ବି ମୁସ୍କିଲ । ତେଣୁ ହୁଏତ, ଧର୍ମେନ୍ଦ୍ର ଏଭଳି କିଛି କହିବାକୁ କିମ୍ବା ଲେଖିବାକୁ ଚାହୁଁ ନାହିଁନ୍ତି, ଯାହା ନିର୍ବାଚନ ଫଳାଫଳକୁ ନେଇ ଥିବା ଆଶା- ଆଶଙ୍କାଙ୍କୁ ପ୍ରଭାବିତ କରିବ । ଏହି ଲେଖାରେ ଗୋଟିଏ ଅଂଶରେ ଧର୍ମେନ୍ଦ୍ର ଲେଖିଛନ୍ତି ।
“Beyond relief measures.”
Read More- Via @timesofindiahttps://t.co/i2SAFgxYYR
— Chowkidar Dharmendra Pradhan (@dpradhanbjp) May 21, 2019
"ଯେଉଁ ଭଳି ଭାବରେ ଓଡ଼ିଶାର ଲୋକ ରାଜ୍ୟ ସରକାରଙ୍କ ପ୍ରତିଟି ସତର୍କତାକୁ ପାଳନ କଲେ ତାହା ପ୍ରଶଂନୀୟ । ସେମାନଙ୍କ ପ୍ରଶଂନୀୟ କାମ ଯୋଗୁଁ ମୃତ୍ୟୁସଂଖ୍ୟା ରୋକିବା ସହଜ ହେଲା ।"
ଯେହେତୁ ୨୦୧୯ ନିର୍ବାଚନର ଚୁଡାନ୍ତ ଫଳାଫଳ ଆସି ନାହିଁ, ତେଣୁ ମେ’ ୨୩ ପରେ କିଛି ବି ହୋଇପାରେ । ହୁଏତ ତ ବିଜେଡିର ଆବଶ୍ୟକତାକୁ ଅନୁଭବ କରିପାରେ ବିଜେପି । ହୁଏତ ସେଥି ପାଇଁ ମାପିଚୁପି ଲେଖା ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/dp_00000.png)