କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ : ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟିରେ ମିଳିଲା ସ୍ଥାନ

ସେହିପରି ନିଯୁକ୍ତି ଓ ଦକ୍ଷତା ବିକାଶ କ୍ୟାବିନେଟ କମିଟି ସଦସ୍ୟ ଭାବେ ନିଯୁକ୍ତି

764

କନକ ବ୍ୟୁରୋ : ମୋଦୀ ଟିମରେ ବଢ଼ୁଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱ । କେନ୍ଦ୍ର ସରକାରଙ୍କ କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କମିଟି ଭାବରେ ଜଣାଶୁଣା ଅର୍ଥନୈତିକ ବ୍ୟାପର ସମ୍ପର୍କିତ କ୍ୟାବିନେଟ କମିଟି । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ଦିଆଯାଇଛି । ଏହି କମିଟି ଦେଶର ଗୁରୁତ୍ୱପୁର୍ଣ୍ଣ ଆର୍ଥିକ ନୀତି ନିର୍ଦ୍ଧାରଣ କରିଥାଏ । ଏ କମିଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନିଜେ ହୋଇଥାନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗର ଦାୟିତ୍ୱ ତୁଲାଉଛନ୍ତି । ସେ ହେଉଛନ୍ତି ପ୍ରଥମ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଯେ ସାମାଜିକ ଭିତିଭୂମିର ବିଭାଗ ତୁଲାଉଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱପୁର୍ଣ୍ଣ କ୍ୟାବିନେଟ ଅର୍ଥନୈତିକ ବ୍ୟାପର ସମ୍ପର୍କିତ କ୍ୟାବିନେଟ କମିଟିର ଦାୟିତ୍ୱ ଭାର ଦିଆଯାଇଛି । ଏହି କମିଟିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ମଧ୍ୟ ରହିଛନ୍ତି । ସେହିପରି ଧର୍ମେନ୍ଦ୍ରଙ୍କୁ ନିଯୁକ୍ତି ଓ ଦକ୍ଷତା ବିକାଶ ସମ୍ପର୍କିତ କ୍ୟାବିନେଟ କମିଟିରେ ମଧ୍ୟ ସଦସ୍ୟ ରଖାଯାଇଛି । ଏହି କମିଟିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମଧ୍ୟ ସଦସ୍ୟ ଅଛନ୍ତି ।