ଲୋକାର୍ପିତ ହେଲା ‘ସମ୍ ଅଲ୍ଟିମେଟ୍ ମେଡିକେୟାର’: ଉଦଘାଟନୀ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ଧର୍ମେନ୍ଦ୍ର ପ୍ରଧାନ

329

କନକ ବ୍ୟୁରୋ: ଲୋକାର୍ପିତ ହୋଇଛି ଅତ୍ୟାଧୁନିକ ସମ୍ ଅଲ୍ଟିମେଟ ମେଡିକେୟାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୁପର ସ୍ପେଶାଲିଟି ଡାକ୍ତରଖାନା ସମ ଅଲ୍ଟିମେଟ ମେଡିକେୟାର ଉଦଘାଟିତ ହୋଇଛି । ଓଡିଶାବାସୀଙ୍କୁ  ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ ସମ ଅଲ୍ଟିମେଟ ମେଡିକେୟାର ।

ଏହି ଅବସରରେ ରାଜ୍ୟରେ ଉତମ ସ୍ୱାସ୍ଥ୍ୟସେବା ମିଳିବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା  ସହ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପାଇଁ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନରେ ରାଜ୍ୟରେ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ିଚାଲିଛି, ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ଆୟୁଷ୍ମାନ ଯୋଜନାକୁ ଓଡିଶାରେ ଲାଗୁ କରାଇବାକୁ ଅତ୍ୟାଧୁନିକ ସମ୍ ଅଲ୍ଟିମେଟ ମେଡିକେୟାର ଉଦ୍ଦଘାଟନି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୁପର ସ୍ପେଶାଲିଟି ଡାକ୍ତରଖାନା ସମ ଅଲ୍ଟିମେଟ ମେଡିକେୟାର ଉଦଘାଟିତ ହୋଇଛି । ଓଡିଶାବାସୀଙ୍କୁ  ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବ ସମ୍ ଅଲ୍ଟିମେଟ ମେଡିକେୟାର ।

ତେବେ ପ୍ରାୟ ୧୦ ଏକର ଜମିରେ ନିର୍ମିତ ହୋଇଥିବା ଏହି ନୂଆ ମେଡିକାଲର ଉଦ୍ଦେଶ୍ୟ ହେଲା ଆନ୍ତର୍ଜାତୀକ ସ୍ତରରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ହସ୍ପିଟାଲକୁ ବିଶ୍ୱସ୍ତରୀୟ ହସ୍ପିଟାଲ ଭାବେ ପରିଗଣିତ କରିବା । ୯ ମହଲା ବିଶିଷ୍ଟ ଏହି ହସ୍ପିଟାଲରେ ନୂତନ ଜ୍ଞାନକୌଶଳ ପଦ୍ଧତିରେ ରୋଗୀ ସେବା କରିବାର ଲକ୍ଷ୍ୟ ରଖାଯାଇଛି । ତେଣୁ ଏଥିପାଇଁ ପ୍ରତ୍ୟେକ ବିଭାଗରେ ବିଚକ୍ଷଣ ଏବଂ ଅନୁଭୂତି ସମ୍ପନ୍ନ ମେଡିକାଲ କେୟାର ବିଶେଷଜ୍ଞଙ୍କୁ ‘ସମ୍ମମ’ରେ ସାମିଲ କରାଯାଇଥିବା ବେଳେ ନୂତନ ଜ୍ଞାନ କୌଶଳ ସମ୍ପନ୍ନ ସମ୍ମମରେ ଏମର୍ଜେନ୍ସି କେୟାର, ହାର୍ଟ କେୟାର, ଆଡଭାନ୍ସ ସର୍ଜିକାଲ ପ୍ରୋସିଡିୟୋର, ଡାଏଗ୍ନୋଷ୍ଟିକ୍ ଇମେଂଜି , ମ୍ୟାଟରନିଟି କେୟାର ଓ ରିହାବିଲିଟେସନ ସର୍ଭିସେସ ଆଦି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଇଛି ଏବଂ ପ୍ରାୟ ୩୦ଟି ସ୍ପେଶାଲଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।