କନକ ବ୍ୟୁରୋ: ମୋଦୀ ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ । ପୁଣିଥରେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହେଲେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କୁ ମୋଦୀ କ୍ୟାବିନେଟରେ ଶିକ୍ଷା ବିଭାଗର ମନ୍ତ୍ରୀ ପଦ ମିଳିଛି । ସେହିପରି ଅଶ୍ୱିନୀ ବୈଷ୍ଣଙ୍କୁ ରେଳ ସହ ସୂଚନା ଓ ପ୍ରସାରଣ ବିଭାଗର ମନ୍ତ୍ରୀ ପଦ ମିଳିଛି । ଏହାସହ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ବିଭାଗର ମନ୍ତ୍ରୀ ପଦ ମିଳିଛି । ଏହି ତିନି ଜଣ ମନ୍ତ୍ରୀଙ୍କୁ ପୁଣିଥରେ ସେହି ସମାନ ଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ସରକାରରେ ଶିକ୍ଷାମନ୍ତ୍ରୀ ଥିବାବେଳେ, ଅଶ୍ୱିନୀ ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ଏବେ ନୂଆ ସରକାରରେ ୩ ଓଡିଶା ସାଂସଦଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି ।