ନାଗରିକତା ସଂଶୋଧନ ଆଇନ ସମର୍ଥନରେ ବିଜେପିର ସଚେତନତା ଅଭିଯାନ। କଟକର କଲେଜ ଛକରୁ ଖାନନଗର ପାର୍କ ଯାଏ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା

ସାମିଲ ହେଲେ ବହୁ ବରିଷ୍ଠ ନେତା

155

କନକ ବ୍ୟୁରୋ: ନାଗରିକତା ଆଇନ ସପକ୍ଷରେ ବିଜେପି ଚଳାଇଛି ଜନଜାଗରଣ ଅଭିଯାନ । ଦେଶବ୍ୟାପୀ ଏହି ଅଭିଯାନ ଚାଲିଛି । ଏହି କ୍ରମରେ ଆଜି କଟକରେ ପଦଯାତ୍ରାର ଆୟୋଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପଦଯାତ୍ରା କଟକର କଲେଜଛକରୁ ଆରମ୍ଭ ହୋଇ ଖାନନଗର ଯାଏଁ ଚାଲିବ ।

ପଦଯାତ୍ରାରେ ବିଜେପିରୁ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଚାଲିଛି । କିଛି ସ୍ଥାନରେ ବ୍ୟାପକ ହିଂସା ବି ଦେଖାଦେଇଛି । ବିରୋଧୀ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି । କିଛି ସ୍ଥାନରେ ଆଇନ ସମର୍ଥନରେ ରାଲି ବି ବାହାରିଛି । ସିଏଏକୁ ନେଇ ଅସନ୍ତୋଷ ମଧ୍ୟରେ ସମର୍ଥନ ଜୁଡାଇବା ପାଇଁ ବିଜେପି ଜନଜାଗରଣ ଅଭିଯାନ ଆରମ୍ଭ କରିଛି ।