ସନ୍ଥକବି ଭୀମ ଭୋଇଙ୍କ ସମ୍ପର୍କରେ ହେବ ଅଧିକ ଗବେଷଣା । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ଚେୟାର

 ୟୁଜିସିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

96

କନକ ବ୍ୟୁରୋ : ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ । ଭୀମ ଭୋଇଙ୍କ ଉପରେ ଗବେଷଣା ହେବ । ବିଭିନ୍ନ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଭୀମ ଭୋଇଙ୍କ ନାଁରେ ପ୍ରତିଷ୍ଠା ହେବ ସନ୍ଥ କବି ଭୀମ ଭୋଇ ଚେୟାର । ଏନେଇ ୟୁଜିସିକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଭୀମ ଭୋଇଙ୍କ ଜୀବନୀ ଉପରେ ଗବେଷଣା ପାଇଁ ଉଦ୍ୟମ କରାଯିବ ବୋଲି ରେଢାଖୋଲରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଶିକ୍ଷାମନ୍ତ୍ରୀ । ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଶିକ୍ଷାମନ୍ତ୍ରୀ ରେଢାଖୋଲଠାରେ ଏକ ପଦଯାତ୍ରାରେ ଯୋଗଦେଇଥିଲେ । ଏହି ଅବସରରେୀ ସେ ଭୀମ ଭୋଇଙ୍କ ପ୍ରତିମୂର୍ତିରେ ମଧ୍ୟ ମାଲ୍ୟାର୍ପଣ କରିଛନ୍ତି ।