କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ । ପାରାଦୀପ ତୈଳ ବିଶୋଧନାଗାର ନିକଟରେ ପ୍ରସ୍ତାବିତ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ମାମଲାରେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତୀୟ ତୈଳ ନିଗମ ଓ ଇଡକୋର ଜଏଂଟ ଭେଂଚର ତୁରନ୍ତ ପ୍ରସ୍ତୁତ ହେଲେ ହିଁ ପୁଂଜିନିବେଶକାରୀ ମାନଙ୍କର ଆବଶ୍ୟକତାକୁ ପୂରଣ କରା ଯାଇପାରିବ ଓ ଏହି କାମକୁ ତ୍ୱରାନ୍ୱିତ କରା ଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଛନ୍ତି ଧର୍ମେନ୍ଦ୍ର ।

Advertisment

publive-imageଧର୍ମେନ୍ଦ୍ରଙ୍କ କହିବା ମୁତାବକ ଭାରତୀୟ ତୈଳ ନିଗମ ଅଗଷ୍ଟ ୨୦୧୮ରୁ ଇଡକୋ ସହ ଜଏଂଟ ଭେଂଚର  ପାଇଁ ନୀତି ଆୟୋଗର ଏନଓସି ଲାଭ କରି ସାରିଛି । ଏହାର ନାମ ପାରାଦୀପ ପ୍ଲାଷ୍ଟିକ ପାର୍କ ଲିମିଟେଡ ରହିବ  ଓ ଏଥିପାଇଁ ସାର ଓ ରସାୟନ ମନ୍ତ୍ରଣାଳୟ ଭିତିଭୂମି  ନିର୍ମାଣ ପାଇଁ ୪୦ କୋଟି ଟଙ୍କା ମଂଜୁର କରି ସାରିଛି। ଏହି ପ୍ରକଳ୍ପ ପାଇଁ ଜଏଂଟ ଭେଂଚର ସ୍ୱାକ୍ଷର ପାଇଁ ଓଡିଶା ସରକାର ଅନୁମତି ପ୍ରଦାନ କଲା ପରେ ହିଁ କାମ ଆଗେଇ ପାରିବ ।  ଏହାସହ ୧୬ ନଭେମ୍ବର, ୨୦୧୭ରେ ରାଜ୍ୟ ସରକାରଙ୍କର ଏମଏସଏମଇ  ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ  ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ତଥା ତାଙ୍କ ନିଜ ଉପସ୍ଥିତିରେ  ପେଟ୍ରୋକେମିକାଲ ଇନଭେଷ୍ଟର ସମ୍ମିଳନୀରେ  ଏହି  ପ୍ଲାଷ୍ଟିକ ପାର୍କ ପାଇଁ ସହମତି ହୋଇଥିଲା କିନ୍ତୁ ବୋଲି କହିଛନ୍ତି ଧର୍ମେନ୍ଦ୍ର କହିଛନ୍ତି ।

dharmendra vs nabinସେପଟେ ଏହାର ଜବାବ ରଖିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ପ୍ରତାପ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବଳ ଔପଚାରିକତା ପାଇଁ ଚିଠି ଲେଖୁଛନ୍ତି । କାରଣ ପୂର୍ବରୁ ଏନେଇ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିଛନ୍ତି । ଯଦି ଓଡ଼ିଶାକୁ କିଏ ଆସି ପୁଞ୍ଜି ନିବେଶ କରିବାକୁ ଇଛା ପ୍ରକାଶ କରେ ତେବେ ସରକାର ତାଙ୍କୁ କାହିଁକି ବାଧା ଦେବେ ବୋଲି ପାଲଟା ପ୍ରଶ୍ନ କରିଛି ବିଜେଡ଼ି । ଓଡ଼ିଶାର ଉନ୍ନତି ଏବଂ ଯୁବପିଢ଼ୀଙ୍କ ପାଇଁ ନିଯୁକ୍ତି ସୁଯୋଗରେ କୌଣସି ପ୍ରକାର ସାଲିସ କରିବ ନାହିଁ ବିଜେଡ଼ି ବୋଲି କହିଛନ୍ତି ପ୍ରତାପ ଦେବ ।