କାମିଆ ଜାନି ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳାନଯାଉ ।

କାମିଆ ଜାନି ପ୍ରସଙ୍ଗରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର । କହିଲେ, ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡି ହୋଇଥିବା ଭାବାବେଗ ସହ ଖେଳାନଯାଉ ।

କନକ ବ୍ୟୁରୋ : କାମିଆ ଜାନି ପ୍ରସଙ୍ଗରେ, ନାଁ ନନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ସବୁ ଓଡ଼ିଆ ଓ ସନାତନୀଙ୍କ ପାଇଁ ପ୍ରଭୁ ଜଗନ୍ନାଥ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଜନ ଭାବନାକୁ ଆଘାତ ଦେଲା ଭଳି କାମ କେହି ନକରିବା ଉଚିତ । ଜାଣତରେ କିମ୍ବା ଅଜାଣତରେ ହେଉ, ଯେଉଁ ଆସ୍ଥା ଓଡ଼ିଆ ଲୋକଙ୍କ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅଛି ଓ ଯେଉଁ ଭାବାବେଗ ରହିଛି, ତା ସାଙ୍ଗରେ ଅତି ଉତ୍ସାହ ହୋଇ ନଖେଳିଲେ ଭଲ । ଏଥିପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ୟୁଟ୍ୟୁବ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ନେଇ କିଛି ଦିନ ହେବ ଚର୍ଚ୍ଚା ଲାଗି ରହିଛି । ତେବେ କାମିଆ ଜାନି ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅଭିଯୋଗକୁ ଭିତ୍ତିହୀନ ବୋଲି କୁହାଯାଇଛି । ଅଭିଯୋଗରେ କୌଣସି ସତ୍ୟତା ନଥିବା କହିବା ସହ ଯଦି କାହା ପାଖରେ କିଛି ପ୍ରମାଣ ରହିଛି, ତାକୁ ଉପସ୍ଥାପନ କଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏଥିସହ କାମିଆ ଜାନି କେମିତି ଚାରି ଧାମ ବୁଲିଥିଲେ ବୋଲି ବିଜେପିକୁ ପାଲଟା ପ୍ରଶ୍ନ କରିଛି ବିଜେଡି । କାମିଆ ଜାନି ଗୋମାଂସ ଖାଉଥିବାର ଫଟୋ ଓ ଭିଡିଓ ଦେଖାଇ ବିଜେଡିକୁ ଟାର୍ଗେଟ୍ କରିଥିଲା ବିଜେପି । ଜଣେ ଗୋମାଂସ ଖାଉଥିବା ଓ ଖାଇବାକୁ ପ୍ରୋତ୍ସାହିତ କରୁଥିବା ବ୍ୟକ୍ତି ଜଗନ୍ନାଥଙ୍କ ମନ୍ଦିରକୁ କିଭଳି ଗଲେ ବୋଲି ପ୍ରଶ୍ନ କରିଥିଲେ ବିଜେପି ନେତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe