ଦମ ଦେଖାଇଲେ ଧର୍ମେନ୍ଦ୍ର । କହିଲେ, କେବଳ ପାଲଲହଡା ନୁହେଁ ଓଡିଶାର ୧୪୭ ଆସନରେ ଲଢିବାକୁ ଆଗ୍ରହୀ

Advertisment
ଦମ ଦେଖାଇଲେ ଧର୍ମେନ୍ଦ୍ର । କହିଲେ, କେବଳ ପାଲଲହଡା ନୁହେଁ ଓଡିଶାର ୧୪୭ ଆସନରେ ଲଢିବାକୁ ଆଗ୍ରହୀ

କନକ ବ୍ୟୁରୋ : ଦିଲ୍ଲୀପ ଓ ବିଜୟ, ବିଜେପି ଛାଡିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର । ଦୁଇ ତୁଙ୍ଗ ନେତା ଦଳ ଛାଡିଥିବାବେଳେ ତାହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେପଟେ ପୁଣି ଥରେ ରାଜ୍ୟରେ ବିଜେପିର ମିଶନ ୧୨୦ ପ୍ଲସ୍ କଥା ଦୋହରାଇଛନ୍ତି । ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଓ ପାଲଲହଡ଼ାରୁ ଲଢ଼ିବେ ବୋଲି ହେଉଥିବା ଚର୍ଚ୍ଚା ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟିକରଣ ରଖିଛନ୍ତି । ଅନ୍ୟପଟେ ୧୨୦ ଆସନର ଦମ୍ଭୋକ୍ତିକୁ ତୁଚ୍ଛା ବାହାସ୍ପୋଟ ବୋଲି କହିଛି ବିଜେଡି ।

publive-imageବିଜେପିକୁ ବାୟ ବାୟ କରି ଏବେ ନୂଆ ଠିକଣା ଅନୁସନ୍ଧାନରେ ଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଫେରିଛି, ଯେତେବେଳେ ଏହି ଦୁଇ ନେତାଙ୍କ ସଂପର୍କରେ ମୁହଁ ଖୋଲିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ଦଳ ଛାଡିବା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତି ଥିଲା । କିନ୍ତୁ ବଡ କଥା ହେଉଛି-ବିଜୟ ଓ ଦିଲ୍ଲୀପ କେବଳ ବିଜେପି ଛାଡି ନାହାଁନ୍ତି । ଯିବା ପୂର୍ବରୁ ଇସ୍ତଫା ପତ୍ରରେ ଏମିତି କିଛି ଲେଖିଯାଇଛନ୍ତି, ଯାହା ବିଜେପିରେ ନିଆଁ ଲଗେଇ ଦେଇଛି । ଇସ୍ତଫାପତ୍ରରେ କାହାରି ନାଁ ନ ନେଇ ଏହି ଦୁଇ ନେତା ଲେଖିଥିଲେ, ଦଳରେ ଯେଉଁମାନଙ୍କର ଅସ୍ତିତ୍ୱ ନାହିଁ, ସେମାନେ ବଡ ବଡ କଥା କହୁଛନ୍ତି । ନିର୍ବାଚନମଣ୍ଡଳୀରେ ସେମାନଙ୍କ ବିରୋଧରେ ଦଳ ଭୁଲ ଧାରଣା ସୃଷ୍ଟି କରିଥିଲା । ଦଳରେ ଅଦକାରୀ ଆସବାବ ପତ୍ର ଭଳି ରହିବାକୁ ଚାହୁଁ ନାହୁଁ । ଆମ ପାଇଁ ପାର୍ଟି ନୁହେଁ ମାଟି ବଡ଼ । ଦଳ ଅପେକ୍ଷା ଆତ୍ମସମ୍ମାନ ଓ ରାଜ୍ୟର ସ୍ୱାର୍ଥ ଅଧିକ ଗୁରୁତ୍ୱପୂର୍ଣ୍ଣ ।

publive-imageଅଭିଯୋଗର ଲମ୍ବା ଫର୍ଦ୍ଦ ଭିତରେ ବିଜେପି ଛାଡିଛନ୍ତି ଦିଲ୍ଲୀପ ଓ ବିଜୟ । ହେଲେ ଏହା ମିଶନ ୧୨୦ ଉପରେ କୌଣସି ପ୍ରଭାବ ପଡ଼ିବନି ବୋଲି ଧର୍ମେନ୍ଦ୍ର ଦୃଢୋ଼କ୍ତି ପ୍ରକାଶ କରିଛନ୍ତି । ମିଶନ ୧୨୦କୁ ପୂରା କରିବାକୁ ଏକ ଷ୍ଟ୍ରାଟେଜି ନେଇ ଦଳ କାମ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେହିପରି ଓଡ଼ିଶା ବିଜେପିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସଂପର୍କରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଦେଇଥିବା ମତ ଉପରେ ବି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି, ଓଡିଶାର ସାମୂହିକ ନେତୃତ୍ୱରେ ଦଳ ଲଢିବ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଦଳରେ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି କିନ୍ତୁ ରାଜ୍ୟରେ ଆମେ ପ୍ରମୁଖ ଦଳ ଭାବେ ଉଭା ହେବା ପରେ ନେତୃତ୍ୱ କଥା ଚିନ୍ତା କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଅନ୍ୟପଟେ ଧର୍ମେନ୍ଦ୍ର ପାଲଲହଡ଼ାରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏନେଇ ନିଜର ମତ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର କହିଛନ୍ତି- ଓଡ଼ିଶାର ୧୪୭ ଆସନରୁ ଲଢ଼ିବାକୁ ଆଗ୍ରହୀ । ଏପରିକି ୨୧ଟି ଲୋକସଭା ଆସନରେ ମଧ୍ୟ ଲଢିବାକୁ ସେ ପ୍ରସ୍ତୁତ । ତେବେ ଦଳ ଯାହା ନିଷ୍ପତି ନେବ ତାହା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।  ସେହିପରି ମୋଦି ଓ ଶାହାଙ୍କ ଫୋକସରେ ଓଡ଼ିଶା ଥିବା କହିବା ସହ ମିଶନ୍ ୧୨୦ର କଥା ଦୋହରାଇଛନ୍ତି । ତେବେ ମିଶନ ୧୨୦ର କଥା ତୁଚ୍ଛା ବାହାସ୍ପୋଟ ବୋଲି କହିଛି ବିଜେଡି । ରାଜନୀତିର ଏହି ବୟାନବାଜି ଭିତରେ ସମସ୍ତଙ୍କର ନଜର ୨୦୧୯ ଉପରେ । ଦେଖିବାର କଥା ଓଡ଼ିଶାରେ ବିଜେପିର ନେତୃତ୍ୱ ନେଉଛି କିଏ? ଏବଂ ନେତା ଆଦାନ ପ୍ରଦାନ ଭିତରେ ବିଜେପି ଓଡ଼ିଶାରେ ବିଜେଡିକୁ କେତେ ବଡ ଚ୍ୟାଲେଂଜ୍ ଦେଇ ପାରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe