କନକ ବ୍ୟୁରୋ: ଭାରତ ଗସ୍ତରେ ଆସିଥିବା ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଜନ୍ କେରି ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି । ଭାରତର ଉର୍ଜା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟରେ ସେ ଆଲୋଚନା କରିଛନ୍ତି ।
ଏହି ବୈଠକରେ ଭାରତର ବୃହତ ଉର୍ଜା ବଜାରରେ କମ ଅଙ୍ଗାରକାମ୍ଳଯୁକ୍ତ ମାର୍ଗ ସହ ଗ୍ୟାସ, ଅକ୍ଷୟ ଉର୍ଜା, ଜୈବ ଇନ୍ଧନ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ପାଇଁ ଜଡ଼ିତ ପ୍ରଯୁକ୍ତିବିଦ୍ୟା ଓ ଅର୍ଥନୈତିକ ବିକଶିତ କରିବା ଉପରେ ଉଭୟ ଦେଶ ସହଯୋଗୀ ହେବା ନେଇ ମତପ୍ରକାଶ ପାଇଛି । ଏହି ବୈଠକରେ ଜନ୍ କେରି ଭାରତ ଦ୍ୱାରା ପରିବେଶର ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଳବାୟୁ ପରିବର୍ତନ ପ୍ରତି ଥିବା ଆଧ୍ୟାତ୍ମିକ ଓ ଭାବାତ୍ମକ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିବା ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।
Had a productive meeting with H.E Mr.@JohnKerry, US Presidential Special Envoy for Climate on collaborating on technology and finance to further develop mutually beneficial low-carbon pathways in fast-growing India’s energy market, including in gas, RE, biofuels & in hydrogen. pic.twitter.com/AwQIw6QcSx
— Dharmendra Pradhan (@dpradhanbjp) April 7, 2021
ଗତ ମାର୍ଚ୍ଚ ୨୯ ତାରିଖରେ ଆମେରିକାର ଉର୍ଜା ସଚିବ ଜେନିଫର ଗ୍ରାନହୋଲମ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଧ୍ୟରେ ପ୍ରଥମ ଭର୍ଚୁଆଲ ବୈଠକରେ ହୋଇଥିବା ଆଲୋଚନା ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ସ୍ୱଚ୍ଛ ଏବଂ ସବୁଜ ଉର୍ଜା ଆପଣାଇବା ଦିଗରେ ମଧ୍ୟ ଏହି ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।