୨୦୧୯ରେ ନିର୍ବାଚନ ଲଢିବେନି କି ଧର୍ମେନ୍ଦ୍ର? ପାଲଲହଡାରୁ ପ୍ରାର୍ଥୀ ହେଲେ ଅଶୋକ ମହାନ୍ତି । ଆଉ କେଉଁ ଆସନ ଉପରେ ରହିଛି କି କେନ୍ଦ୍ରମନ୍ତ୍ରୀଙ୍କ ନଜର?

Advertisment
୨୦୧୯ରେ ନିର୍ବାଚନ ଲଢିବେନି କି ଧର୍ମେନ୍ଦ୍ର? ପାଲଲହଡାରୁ ପ୍ରାର୍ଥୀ ହେଲେ ଅଶୋକ ମହାନ୍ତି । ଆଉ କେଉଁ ଆସନ ଉପରେ ରହିଛି କି କେନ୍ଦ୍ରମନ୍ତ୍ରୀଙ୍କ ନଜର?

କନକ ବ୍ୟୁରୋ : ଦୀର୍ଘ ଦିନର କସରତ ପରେ ଭାରତୀୟ ଜନତା ପାର୍ଟି ଓଡିଶା ପାଇଁ ୯୯ ଜଣିଆ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବଡ କଥା ହେଉଛି, ବାହାରୁ ଅସିଥିବା ନେତାଙ୍କୁ ଦଳ ଟିକେଟ ଦେଇଥିବା ବେଳେ ୨୦୧୪ରେ ସ୍ୱାଧୀନ ଭାବେ ଠିଆ ହୋଇ ନିଜ ଦମ୍ ଦେଖାଇଥିବା ନେତାଙ୍କୁ ମଧ୍ୟ ଦଳ ଗୁରୁତ୍ୱ ଦେଇଛି ।

ହେଲେ ଯେଉଁ ଦିଗକୁ ସବୁଠାରୁ ବେଶୀ ଜୋର ଦିଆଯାଉଛି, ତାହା ହେଉଛି ୨୦୧୯ରେ କଣ ନିର୍ବାଚନ ଲଢିବେ ନାହିଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯଦି ଲଢିବେ କେଉଁଠାରୁ ଲଢିବେ? ରାଜ୍ୟ ବିଜେପିର ଏହି ପୋଷ୍ଟର ବଏ, କେଉଁ ଆସନରୁ ନିଜ ଭାଗ୍ୟ ପରୀକ୍ଷା କରିବେ?

ପ୍ରଥମ ପର୍ଯ୍ୟାୟରେ ଘୋଷଣା ହୋଇଥିବା ତାଲିକାରେ ନାହିଁ ଧର୍ମେନ୍ଦ୍ର ପ୍ରଧାନଙ୍କର ନାଁ । କୁହାଯାଉଥିଲା, ଧର୍ମେନ୍ଦ୍ର ଯଦି ନିର୍ବାଚନ ଲଢିବେ ତେବେ ପାଲଲହଡା ଆସନକୁ ବାଛିପାରନ୍ତି । ଏପରିକି ଏକ ନିର୍ବାଚନ ରାଲି ସମୟରେ ସେ ପାଲଲହଡାରେ ରଖିଥିବା ଉକ୍ତି ଯଥେଷ୍ଟ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଥିଲା, ପାଲଲହଡାରୁ ଧର୍ମେନ୍ଦ୍ର ପ୍ରଧାନ ୨୦୧୯ରେ ନିର୍ବାଚନ ଲଢିପାରନ୍ତି । ୨୦୦୦ ମସିହାରେ ଏହି ଆସନରୁ ନିର୍ବାଚିତ ହୋଇଥିଲେ ଧର୍ମେନ୍ଦ୍ର ।

ହେଲେ ବିଜେପି ତରଫରୁ ଜାରି ହୋଇଥିବା ତାଲିକାରେ ପାଲଲହଡାରୁ ଅଛି ଅଶୋକ ମହାନ୍ତିଙ୍କ ନାଁ । ସେହିଭଳି ତାଳଚେର ଆସନରୁ ଅଛି କାଳନ୍ଦୀ ସାମଲଙ୍କ ନାଁ । ଏହାର ଅର୍ଥ କଣ, ଧର୍ମେନ୍ଦ୍ର ୨୦୧୯ରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ନାହିଁ? ଆଜି ବିଜେପି ତରଫରୁ ଲୋକସଭା ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅନେକ କେନ୍ଦ୍ରମନ୍ତ୍ରୀଙ୍କର ନାଁ ଅଛି । ଯେଉଁମାନେ ଆଗାମୀ ଦିନରେ ନିଜର ଭାଗ୍ୟ ପରୀକ୍ଷା କରିବେ । ହେଲେ ଓଡିଶା ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରକାଶିତ ତାଲିକାରେ ଧର୍ମେନ୍ଦ୍ରଙ୍କ ନାଁ ଦେଖିବାକୁ ମିଳିନାହିଁ ।

ଯଦିଓ ବିଜେପି ଆହୁରି ୧୧ ସାଂସଦ ଓ ୪୮ ବିଧାୟକ ପ୍ରାର୍ଥୀ ଘୋଷଣା କରିବାକୁ ବାକି ଅଛି, ସେଥିରୁ ଯେକୈାଣସି ଆସନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁକୁ ଦଳ ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିପାରେ । ହେଲେ ସେ ପର୍ଯ୍ୟନ୍ତ ଏହି ଚର୍ଚ୍ଚା ଜୋର ଧରିବ, ଧର୍ମେନ୍ଦ୍ର ଯଦି ନିର୍ବାଚନ ଲଢିବେନି, ତେବେ କାହିଁକି ଓ ଯଦି ନିର୍ବାଚନ ଲଢିବେ ତେବେ କେଉଁ ଆସନରୁ ସେ ନିଜ ଭାଗ୍ୟ ପରୀକ୍ଷା କରିବେ?

୨୦୧୭ ପଂଚାୟତ ନିର୍ବାଚନ ପରେ କ୍ଷମତାକୁ ଆସିବାକୁ ଲକ୍ଷ୍ୟ ରଖିଥିବା ବିଜେପିର ରାଜ୍ୟ ଶାଖାରେ ସବୁଠାରୁ ଶକ୍ତଶାଳୀ ନେତା ଯଦି ନିର୍ବାଚନ ନଲଢି କେବେଳ ପ୍ରଚାରର ମଙ୍ଗ ଧରନ୍ତି, ତେବେ ଏହା କେଉଁ ପ୍ରକାରର ପ୍ରଭାବ ପକାଇବ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe